
ପ୍ରେମ କିଏ ନକରେ। ଏହି ପ୍ରେମରେ ହିଁ ମଣିଷ ବନ୍ଧା। କୁହାଯାଏ ପ୍ରେମ ବିନା ମଣିଷ ବଞ୍ଚିବା ଅସମ୍ଭବ। ଏହି ପ୍ରେମ ପାଇଁ ଯୁବପିଢି ପାଗଳ। ସେ ଝିଅ ହୁଅନ୍ତୁ କି ପୁଅ ମନପସନ୍ଦର ସାଥୀଟିଏ ପାଇଁ ବ୍ୟାକୁଳ ହୁଅନ୍ତି। ସମେସ୍ତେ ପ୍ରେମ କରନ୍ତି ସତ କିଏ ସଫଳ ହୁଏ ପୁଣି କିଏ ବିଫଳ ହୁଏ। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଶାରେ କେତେକ ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିଙ୍କ ପ୍ରେମ ଅତୁଟ ରହିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ପ୍ରେମରେ ଭାଗ୍ୟବାନ୍ ହୋଇଥାଆନ୍ତି।
ବୃଷ:ଏହି ରାଶିର ଲୋକେ ଅଧିକ ଆତ୍ମବିଶ୍ୱାସୀ ଓ ଶୀଘ୍ର ଭାବୁକ ହୋଇଯାଆନ୍ତି। ଯାହାଙ୍କ ସହ ଏମାନଙ୍କ ପ୍ରେମ ହୋଇଯାଏ ତାହା କେବେ ଭାଙ୍ଗେ ନାହିଁ। ସମ୍ପର୍କ ଦୀର୍ଘ ଦିନ ଧରି ଅତୁଟ ରୁହେ।
ମକର:ଏହି ରାଶିର ବ୍ୟକ୍ତିଙ୍କ ସହ କାହା ସହ ଭାବ ହୋଇଗଲେ ତାହା କେବେ ଛିଡ଼େ ନାହିଁ। ନିଜ ପାର୍ଟନରଙ୍କ ସହ ଯେତେ ମତଭେଦ ହେଉନା କାହିଁକି ପ୍ରେମରେ କେବେ ବ୍ରେକ୍ଅପ୍ ହୋଇ ନଥାଏ।
ମିଥୁନ:ଏହି ରାଶିର ବ୍ୟକ୍ତି ସ୍ୱଭାବରେ ଭାରି ଶାନ୍ତ ଓ ସରଳ ହୋଇଥାଆନ୍ତି। ଏମାନଙ୍କ କଥା ବି ଭାରି ମିଠା। ଏମାନେ ପ୍ରେମରେ ବେଶ ସଫଳତା ପାଇଥାଆନ୍ତି।
ଧନୁ: ଏମାନେ ନିଜ ମନ ହୃଦୟ ଦେଇ ପ୍ରେମ କରନ୍ତି। ଏମାନେ ସଚ୍ଚାପ୍ରେମୀ ହୋଇଥାଆନ୍ତି। ତେଣୁ ଏହି ରାଶିର ପ୍ରେମ ସମ୍ପର୍କରେ କେବେ ଭଟ୍ଟା ପଡ଼େନି।
from Odisha Reporter https://ift.tt/2MlgL4N
No comments:
Post a Comment