ବାୟୁସେନା ବିମାନ ଜଳିଗଲା, ପାଇଲଟ୍‌ ସୁରକ୍ଷିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ବାୟୁସେନା ବିମାନ ଜଳିଗଲା, ପାଇଲଟ୍‌ ସୁରକ୍ଷିତ

 ଯୋଧପୁରରାଜସ୍ଥାନର ଯୋଧପୁର ବନାଡ଼ ଥାନା ଅନ୍ତର୍ଗତ ଦେବାରିଆ ଗାଁ ନିକଟରେ ଆଜି ସକାଳେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।

 ଯାନ୍ତ୍ରିକ ତ୍ରୁଟି ଯୋଗୁ ବାୟୁସେନାର ମିଗ୍‌- ୨୭ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବିମାନଟି ସମ୍ପୁର୍ଣ୍ଣ ଭାବେ ଜଳି ଯାଇଛି। ହେଲେ ଏଥିରେ ଥିବା ପାଇଲଟ୍ ସୁରକ୍ଷିତ ଅଛନ୍ତି।

 ଦୁର୍ଘଟଣା ପରେ ପରେ ପ୍ରଥମେ ଘଟଣାସ୍ଥଳରେ ଦମକଳ ଗାଡ଼ି ଯାଇ ପହଞ୍ଚିଥିଲା। ଏଥିସହ ଏୟାରଫୋର୍ସ ଅଧିକାରୀ ଓ  ଯବାନ ମଧ୍ୟ ସେଠାରେ ପହଞ୍ଚିଥିଲେ।

 ଏହି ଘଟଣାର କୋର୍ଟ ଅଫ୍‌ ଇନ୍‌କ୍ୱାରୀ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବାୟୁସେନା ପକ୍ଷରୁ କୁହାଯାଇଛି।

 ବାୟୁସେନାର ଜଣେ ପ୍ରବକ୍ତା କହିଛନ୍ତି,“ସକାଳେ ୮ଟା ୫୦ ମିନିଟ୍‌ରେ ମିଗ୍‌-୨୭ ବିମାନ ଉଡ଼ାଣ ଭରିଥିଲା। ହେଲେ ପ୍ରାୟ ୯ ଟା ୨ମିନିଟ୍‌ ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।” 



from Odisha Reporter https://ift.tt/2PB4HP0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages