ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ୍‌ ଷ୍ଟାଇଲ୍ ଟମାଟୋ ରାଇସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ୍‌ ଷ୍ଟାଇଲ୍ ଟମାଟୋ ରାଇସ୍

ଭୁବନେଶ୍ୱର: ରେଷ୍ଟୁରାଣ୍ଟ୍‌ରେ ପରଷା ଯାଉଥିବା କିଛି ଖାଦ୍ୟ ଘରେ ବି ପ୍ରସ୍ତୁତ କରିହେବ। ଆଜି ଆମେ ସେହିଭଳି ରେଷ୍ଟୁରାଣ୍ଟ୍‌ ଷ୍ଟାଇଲ୍‌ର ଟମାଟୋ ରାଇସ୍‌ ଘରେ ପ୍ରସ୍ତୁତ କରିବାର ପ୍ରଣାଳୀ ଆପଣଙ୍କୁ କହିବୁ।

ଆବଶ୍ୟକ ସାମଗ୍ରୀ: ଟମାଟୋ, ଅରୁଆ ଚାଉଳ, କଞ୍ଚାଲଙ୍କା, ଗୁଜୁରାତି, ଲବଙ୍ଗ, ରସୁଣ, ଅଦା, ନଡ଼ିଆ କୋରା, ଜିରା ଗୁଣ୍ଡ, ଗୋଟା ଜିରା, ଘିଅ, କଟା ପିଆଜ, ତେଜପତ୍ର, ଲୁଣ ଓ ପୋଦିନା ପତ୍ର।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳକୁ ଭଲଭାବେ ଧୋଇ ସଫା କରିଦିଅନ୍ତୁ। ବର୍ତ୍ତମାନ ଟମାଟୋ, କଞ୍ଚାଲଙ୍କା, ଗୁଜୁରାତି, ଲବଙ୍ଗ, ରସୁଣ, ଅଦା, ନଡ଼ିଆ କୋରାକୁ ଏକାଠି ଗ୍ରାଇଣ୍ଡିଂ କରି ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟ୍‌ରେ ଜିରା ଗୁଣ୍ଡ ମିଶାନ୍ତୁ।

ବର୍ତ୍ତମାନ ଏକ କଡ଼େଇରେ ଘିଅ ଗରମ କରନ୍ତୁ। ଘିଅ ଗରମ ହୋଇଗଲେ, ଏଥିରେ ଗୋଟା ଜିରା ଓ ତେଜପତ୍ର ପକାନ୍ତୁ। ଏହା ପରେ ଏଥିରେ କଟା ପିଆଜ ପକାନ୍ତୁ। ପିଆଜ ଲାଲ୍‌ ହେବା ଯାଏ ଏହାକୁ ଭାଜନ୍ତୁ।

ବର୍ତ୍ତମାନ ଏଥିରେ ପୂର୍ବରୁ ପ୍ରସ୍ତୁତ ଟମାଟୋ ପେଷ୍ଟ୍‌ ପକାନ୍ତୁ। ମସଲା କଷି ହୋଇଯିବା ପରେ ଏଥିରେ ଧୁଆ ଚାଉଳକୁ ପକାଇ ଦିଅନ୍ତୁ।

ଏହାପରେ ଏଥିରେ ଆବଶ୍ୟକ ପରିମାଣର ପାଣି ଓ ଲୁଣ ଦେଇ ଘୋଡ଼ାଇ ଦିଅନ୍ତୁ। କିଛି ସମୟ ପରେ ଚାଉଳ ସିଝିଗଲେ ଓ ପାଣି ମରିଗଲେ, ଏହାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।

ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଟମାଟୋ ରାଇସ୍। ଏଥିରେ ପୋଦିନା ପତ୍ର ପକାଇ ଏହାକୁ ଗରମ ଗରମ ରାଇତା କିମ୍ବା ତରକାରି ସହ ପରଷନ୍ତୁ।



from Odisha Reporter https://ift.tt/2pnYT0l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages