
ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜିତୁ ମିତ୍ରଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି।
ଜିତୁଙ୍କ ସହ ତାଙ୍କ ପରିବାର ଲୋକଙ୍କ ନାଁରେ ତାଙ୍କ ବୋହୂ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏନେଇ ତାଙ୍କ ବୋହୂ ଜିତୁ, ତାଙ୍କ ପତ୍ନୀ ଏବଂ ବଡ଼ ପୁଅଙ୍କ ନାଁରେ ଖୋର୍ଦ୍ଧା ଟାଉନ ଥାନାରେ ଏତଲା ଦେଇଛନ୍ତି। ଏହାପରେ ପୁଲିସ୍ ମାମଲା ରୁଜୁ କରିଛି।
ଜିତୁ ମିତ୍ରଙ୍କ ବଡ଼ ପୁଅ ବର୍ଷକ ତଳେ ଭଦ୍ରକ ଅଞ୍ଚଳରେ ବିବାହ କରିଥିଲେ। ବିବାହର ବର୍ଷକ ପରେ ତାଙ୍କ ବୋହୂ ଯୌତୁକ ନିର୍ଯାତନା ଅଭିଯୋଗ କରିଛନ୍ତି। ଏନେଇ ଜିତୁଙ୍କ ପରିବାର ଲୋକଙ୍କୁ ନୋଟିସ୍ ଜାରି ହୋଇଥିବା ଏସ୍ପି କହିଛନ୍ତି।
ଖୋର୍ଦ୍ଧା ଏସ୍ପି ଦୀପ୍ତି ରଞ୍ଜନ ରାୟ କହିଛନ୍ତି,“ଜିତୁ ମିତ୍ରଙ୍କ ବଡ଼ ପୁଅ ବିଦେଶରେ ରୁହନ୍ତି। ତାଙ୍କ ସ୍ତ୍ରୀ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସେ ଟାଉନ୍ ଥାନାରେ ଏକ ଏତଲା ଦେଇଛନ୍ତି। ଏତଲାରେ ତାଙ୍କ ସ୍ୱାମୀ, ଶ୍ୱଶୁର ଓ ଶାଶୂଙ୍କ ନାଁ ରହିଛି। ଏନେଇ ତଦନ୍ତ ଚାଲିଛି।”
from Odisha Reporter https://ift.tt/2pqhCbj
No comments:
Post a Comment