
ନୀଳଗିରି (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ନୀଳଗିରି ସହର ସ୍ଥିତ ନିଜଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ପଣ୍ଡା ୩ ଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପୋଲିସ୍ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି
ଅଭିଯୋଗ ଅନୁଯାୟୀ, ସେ ତିନି ଜଣ ଛାତ୍ରୀଙ୍କୁ ବନ୍ଦ କୋଠରୀରେ ମୋବାଇଲ୍ରେ ଅଶ୍ଳୀଳ ଭିଡିଓ ଦେଖାଇ ଅସଦାଚରଣ କରିଥିଲେ
ଏହା ଜଣାପଡ଼ିବା ପରେ ଆଜି ଅଭିଭାବକ ଓ ସ୍ଥାନୀୟ ଲୋକେ ପ୍ରଧାନଶିକ୍ଷକଙ୍କୁ ସ୍କୁଲ୍ରେ ଘେରାଉ କରିଥିଲେ। ଏଥିପାଇଁ କିଛି ସମୟ ଧରି ସ୍କୁଲ୍ରେ ଉତ୍ତେଜନା ଲାଗି ରହିଥିଲା। ପରେ ପୁଲିସ୍ ଆସି ତାଙ୍କୁ ନେଇ ଯାଇଥିଲା।
ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂପୂର୍ଣ୍ଣ ମିଛ ବୋଲି ପ୍ରଧାନଶିକ୍ଷକ କହିଛନ୍ତି।
from Odisha Reporter https://ift.tt/2Nq2Zm3
No comments:
Post a Comment