ଘରେ ପ୍ରସ୍ତୁତ କରନ୍ତୁ ଭୃଙ୍ଗରାଜ ଆୟୁର୍ବେଦିକ ତେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

ଘରେ ପ୍ରସ୍ତୁତ କରନ୍ତୁ ଭୃଙ୍ଗରାଜ ଆୟୁର୍ବେଦିକ ତେଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୃଙ୍ଗରାଜ ଏକ ଗୁଳ୍ମ, ଯାହାକୁ ଭାରତୀୟ ଚିକିତ୍ସା ଶାସ୍ତ୍ରରେ ଔଷଧ ଭାବରେ ଗ୍ରହଣ କରାଯାଇଥାଏ। ଆୟୁର୍ବେଦ ଅନୁସାରେ ଭୃଙ୍ଗରାଜକୁ ‘ରସାୟନ’ ଭାବେ ମଧ୍ୟ ନାମକରଣ କରାଯାଇଛି।

କେଶର ସମସ୍ତ ସମସ୍ୟାରେ ଭୃଙ୍ଗରାଜର ପ୍ରୟୋଗକୁ ଲାଭଦାୟକ ବୋଲି କୁହାଯାଇଛି। ଏହା ବ୍ୟତୀତ ଅନ୍ୟ ସମସ୍ୟା ପାଇଁ ମଧ୍ୟ  ଭୃଙ୍ଗରାଜର ବ୍ୟବାହାର କରାଯାଇପାରିବ ବୋଲି ଆୟୁର୍ବେଦିକ ଚିକିତ୍ସା ଶାସ୍ତ୍ର କୁହେ।
ଭୃଙ୍ଗରାଜର ବ୍ୟବାହାର ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହିତ ମଣିଷ ପାଖରେ ଯୁବ ସୁଲଭତା ଦୀର୍ଘସ୍ଥାୟୀ ହୋଇଥାଏ।

ଜାଣି ଖୁସି ହେବେ ଯେ, କେଶର ସମସ୍ୟା ପାଇଁ ମହୌଷଧି ବୋଲାଉଥିବା ଏହି ଗୁଳ୍ମର ତେଲ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ। ତା ହେଲେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିପାରିବେ ଭୃଙ୍ଗରାଜର ତେଲ ।
ପ୍ରସ୍ତୁତି ପ୍ରଣାଳୀ

– ତେଲ ତିଆରି କରିବା ପାଇଁ ପ୍ରଥମେ ଭୃଙ୍ଗରାଜ ପତ୍ରରୁ ରସ ବାହାର କରିଦିଅନ୍ତୁ।
-ଏହି ରସରେ ସମାନ ପରିମାଣରେ ନଡ଼ିଆ ତେଲ ମିଶାନ୍ତୁ।
-ଭୃଙ୍ଗରାଜ ରସ ଏବଂ ତେଲକୁ ଭଲ ଭାବରେ ମିଶାଇ ଅଳ୍ପ ଆଞ୍ଚରେ ଗ୍ୟାସ୍‌ରେ ବସାଇ ଦିଅନ୍ତୁ।
-ରସ ସମ୍ପୂର୍ଣ୍ଣ ଭାବରେ ତେଲରେ ମିଶିଗଲା ପରେ କେବଳ ତେଲ ରହିବ। ଏହାପରେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ।
-ଯଦି ଆପଣ କେଶ ଝଡ଼ିବା ସମସ୍ୟାକୁ ନେଇ ଚିନ୍ତାରେ ଅଛନ୍ତି, ତେବେ ନଡ଼ିଆ ତେଲ ଏବଂ ଭୃଙ୍ଗରାଜ ରସକୁ ଗ୍ୟାସ୍‌ରେ ବସାଇବା ପୂର୍ବରୁ ସେଥିରେ କିଛି ଅଁଳା ରସ ମିଶାଇ ଦିଅନ୍ତୁ।

ତା’ ପରେ ଦେଖିବେ ଆପଣଙ୍କ ସମସ୍ୟା ଛୁ’ ମନ୍ତର ହୋଇଯିବ।

କେଶ ବୃଦ୍ଧି ଏବଂ ରୂପି ସମସ୍ୟା ଦୂର କରିବ ଏହି ଭୃଙ୍ଗରାଜ ତେଲ:
ଆୟୁର୍ବେଦ ଶାସ୍ତ୍ର ଅନୁସାରେ, କେଶ ଝଡ଼ିବା ଏବଂ କେଶ ସମ୍ୱନ୍ଧୀୟ ସମସ୍ୟା ପିତ୍ତ ଦେ।ଷ କାରଣକରୁ ହୋଇଥାଏ ବୋଲି କୁହାଯାଏ। ଭୃଙ୍ଗରାଜ ତେଲ ଏହି ସମସ୍ୟାକୁ ଦୂର କରିବା ପାଇଁ ସାହାଯ୍ୟ କରିଥାଏ। ଏହା କେଶକୁ ବୃଦ୍ଧି କରିବା ପାଇଁ ସାହାଯ୍ୟ କରିଥାଏ।
ନିୟମିତ ଭାବରେ ଭୃଙ୍ଗରାଜ ତେଳ କେଶରେ ମାଲିସ୍ କରିବା ଦ୍ୱାରା ଖପୁରୀରେ ରକ୍ତ ପ୍ରବାହ ବଢ଼ିଥାଏ ଏବଂ କେଶର ମୂଳ ସକ୍ରିୟ ହୋଇ ବଢ଼ିବାକୁ ଆରମ୍ଭ କରିଥାଏ।
ଏହା ସହିତ କେଶରୁ ରୂପି ଦୂର କରିବା, କେଶ ଝଡ଼ିବା ଏବଂ କେଶ ପାଚିବା ସମସ୍ୟାକୁ ମଧ୍ୟ ଦୂର କରିବାରେ ଭୃଙ୍ଗରାଜ ତେଲ ଉପକାରୀ ସାବ୍ୟସ୍ତ ହୋଇଛି। ଏହାକୁ ମୁଣ୍ଡରେ ମାଲିସ୍‌ କରିବା ଦ୍ୱାରା ମୁଣ୍ଡ ଥଣ୍ଡା ହୋଇଥାଏ।
ଏହା ସହ ମୁଣ୍ଡ ଖପୁରୀ  ସଂକ୍ରମଣ ହୋଇ ନ ଥାଏ ଏବଂ କେଶ ଘନ କଳା ରହିଥାଏ।

ସାବଧାନ ହୋଇ ବ୍ୟବହାର କରନ୍ତୁ ଭୃଙ୍ଗରାଜ ତେଲ
ଭୃଙ୍ଗରାଜ ଏକ ପ୍ରାକୃତିକ ତେଲ। ଏହାର କୌଣସି ଖରାପ ପ୍ରଭାବ ଶରୀର ଉପରେ ପଡ଼ି ନ ଥାଏ। ଏହି ତେଳ ଥଣ୍ଡା ହୋଇଥିବାରୁ ରାତିସାରା ଏହାକୁ ଲଗାଇ ଶୁଅନ୍ତୁ ନାହିଁ। ଏହା ସହିତ ଶୀତ ଦିନେ ମଧ୍ୟ ଏହାକୁ ବ୍ୟବହାର ନ କରିବା ପାଇଁ ଆୟୁର୍ବେଦିକ ଡାକ୍ତର ପରାମର୍ଶ ଦେଇଥାନ୍ତି। ବିଶେଷକରି ସେହି ଲୋକଙ୍କ ପାଇଁ ଯେଉଁମାନଙ୍କୁ ଥଣ୍ଡା ଅଧିକ ମାତ୍ରାରେ ହୋଇଥାଏ।



from Odisha Reporter https://ift.tt/2MbzLCH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages