
ନୂଆଦିଲ୍ଲୀ: ଆଉ ମାତ୍ର କିଛି ଘଣ୍ଟାପରେ ଏସିଆ କପ୍ର ହାଇଭୋଲଟେଜ୍ ଭାରତ ଓ ପାକିସ୍ତାନ ମ୍ୟାଚ୍ ଆରମ୍ଭ ହେବ। ତେବେ ଏହା ପୂର୍ବରୁ ଭାରତୀୟ ଟେନିସ୍ ଲଳନା ତଥା ପାକିସ୍ତାନ କ୍ରିକେଟର୍ ସୋଏବ ମାଲିକ୍ଙ୍କ ପତ୍ନୀ ସାନିଆ ମିର୍ଜା ଏକ ଅଜବ କାମ କରିଛନ୍ତି।
ସେ ମ୍ୟାଚ୍ ପୂର୍ବରୁ ସାମୟିକ ଭାବେ ସୋଶାଲ୍ ମିଡିଆରୁ ଦୂରେଇ ଯାଇଛନ୍ତି। ସାନିଆ ପାକ୍ କ୍ରିକେଟର୍ ସୋଏବଙ୍କ ପତ୍ନୀ ହୋଇଥିବାରୁ ପୂର୍ବରୁ ଅନେକ ଥର ଭାରତ-ପାକ୍ ମ୍ୟାଚ୍ ବେଳେ ତାଙ୍କୁ ଅନେକ ଲୋକ ସୋଶାଲ୍ ମଡିଆରେ ଟ୍ରଲ କରିବାର ନଜିର ରହିଛି। ବର୍ତ୍ତମାନ ସାନିଆ ଗର୍ଭବତୀ ଥିବାରୁ ଅଯଥା ଏସବୁ ବିବାଦରେ ଫସିବା ଅପେକ୍ଷା ସୋଶାଲ୍ ମିଡିଆରୁ ଦୂରେଇ ଯିବାକୁ ଉଚିତ ମଣିଛନ୍ତି। ଏକଥା ଖୋଦ୍ ସାନିଆ ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଭାରତ-ପାକ୍ କେବଳ କ୍ରିକେଟ୍ ଖେଳୁଛନ୍ତି। କିନ୍ତୁ ଲୋକ ଏହାକୁ ବ୍ୟକ୍ତିଗତ ସ୍ତରକୁ ନେଇ ଅନେକ ବିବାଦୀୟ ମତଦେଉଛନ୍ତି। ଯାହା ଆଦୌ ଗ୍ରହଣୀୟ ନୁହେଁ।
from Odisha Reporter https://ift.tt/2xnrqYi
No comments:
Post a Comment