ପ୍ରତିଦିନ ଆସ୍‌ପିରିନ୍‌ ସେବନ ସ୍ୱାସ୍ଥ୍ୟ ପାଇଁ ବିପଦ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ପ୍ରତିଦିନ ଆସ୍‌ପିରିନ୍‌ ସେବନ ସ୍ୱାସ୍ଥ୍ୟ ପାଇଁ ବିପଦ !

aspirin-1

ନୂଆଦିଲ୍ଲୀ: ଶରୀରରେ କୌଣସି ଯନ୍ତ୍ରଣା କିମ୍ୱା ମୁଣ୍ଡ ବିନ୍ଧା ହେଲେ, ତୁରନ୍ତ ଆରୋଗ୍ୟ ପାଇଁ ଆମେ ଆସ୍‌ପିରିନ୍‌ ପରି ମେଡିସିନ୍‌ ଖାଇଥାଉ। ଏହା ଏପରି ଏକ ମେଡିସିନ୍‌, ଯାହା ସମସ୍ତଙ୍କ ଘରେ ପ୍ରାୟ ସବୁବେଳେ ମିଳିଥାଏ। ଆସ୍‌ପିରିନ୍‌କୁ ଅଧିକାଂଶ ଲୋକ ଡିସ୍‌ପ୍ରିନ୍‌ ନାମରେ ଜାଣିଥା’ନ୍ତି। ଦୁହିଁଙ୍କର କମ୍ୱିନେସନ୍‌ ସମାନ ହେତୁ ଦୁଇଟି ଯାକ ସମାନ କାରଣ ପାଇଁ ବ୍ୟବାହର ହୋଇଥାଏ।
ଆସ୍‌ପିରିନ୍‌କୁ ଡିସ୍‌ପ୍ରିନ୍‌ ବ୍ୟତୀତ ଏକ୍ସୋପ୍ରିନ୍‌ ବୋଲି ମଧ୍ୟ କୁହାଯାଇଥାଏ। ଏହି ମେଡିସିନ୍‌ ଯନ୍ତ୍ରଣାକୁ କମ୍‌ କରିଥାଏ। ଜ୍ୱର, ହୃଦ୍‌ଘାତ ଏବଂ କ୍ୟାନସର୍‌ର ପ୍ରତିରୋଧ ପାଇଁ ମଧ୍ୟ ଏହା ସାହାଯ୍ୟ କରିଥାଏ।

aspirin.2

କିନ୍ତୁ ଅଧିକ ମାତ୍ରାରେ ଏହାର ସେବନ ଶରୀରରେ ରକ୍ତକୁ ପତଳା କରିଥାଏ। ବିଶେଷ କରି ନିୟମିତ ଆସ୍‌ପିରିନ୍‌ ସେବନ, ବୟସ୍କ ବ୍ୟକ୍ତିଙ୍କ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ।
ନିକଟରେ ଅଷ୍ଟ୍ରେଲିଆରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ପ୍ରତିଦିନ ଗୋଟିଏ ଲେଖାଏ ଆସ୍‌ପିରିନ୍‌ ଖାଇବା ଦ୍ୱାରା ହୃତ୍‌ପିଣ୍ଡଜନିତ ରୋଗ, ଏପରିକି ମୃତ୍ୟୁର ଆଶଙ୍କା ମଧ୍ୟ ରହିଛି । ଏହା ଶରୀରରେ ଏକ ସ୍ଲୋ’ ପଏଜନ୍‌ ରୂପେ କାର୍ଯ୍ୟ କରିଥାଏ।
ଏହି ମେଡିସିନ୍‌ ଉପରେ ୫ ବର୍ଷ ଧରି ଚାଲିଥିବା ଗବେଷଣାରୁ ବାହାରିଥିବା ନିଷ୍କର୍ସକୁ ଏବେ ସାର୍ବଜନୀନ କରାଯାଇଛି।
ଅଷ୍ଟ୍ରେଲିଆର ମୋନାଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୯,୦୦୦ ଲୋକଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା। ‘Aspirin in reducing events in the elderly’ ନାଁରେ ହୋଇଥିବା ଏହି ଗବେଷଣାରୁ ଜଣାପଡ଼ିଥିଲା ଯେ ଏଥିରେ ସାମିଲ୍‌ ହୋଇଥିବା ଲୋକଙ୍କ ମଧ୍ୟରେ ଯେଉଁମାନେ ପ୍ରତିଦିନ ଆସ୍‌ପିରିନ୍‌ ଖାଉଛନ୍ତି, ସେମାନଙ୍କ ରକ୍ତ ଧିରେ ଧିରେ ପତଳା ହେବାରେ ଲାଗିଛି।
ସୌଜନ୍ୟ: ndtv



from Odisha Reporter https://ift.tt/2MK30Nj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages