
ଇସ୍ଲାମାବାଦ୍: ପାକିସ୍ତାନ ସରକାର ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ବୋଲି ବିଶ୍ୱବାସୀ ଜାଣିଛନ୍ତି। ଏଥିପାଇଁ କେତେବେଳେ ସରକାର ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ବିକ୍ରି କରୁଛନ୍ତି ତ ଆଉ କେତେବେଳେ ମଇଁଷି ବିକ୍ରି କରୁଛନ୍ତି। ହେଲେ ପରିସ୍ଥିତି ଏପରି ସ୍ତରକୁ ଚାଲି ଆସିଛି ଯେ ପାକିସ୍ତାନର ପ୍ରଶାସନିକ ଅଧିକାରୀମାନେ ଚୋରି କରିବାକୁ ମଧ୍ୟ ପଛାଉ ନାହାନ୍ତି।
ଏମିତି ଜଣେ ପାକିସ୍ତାନୀ ପ୍ରଶାସନିକ ଅଧିକାରୀ କ୍ୟୁଏତ ପ୍ରତିନିଧିଙ୍କ ୱାଲେଟ୍ ବା ମନି ପର୍ସ ଚୋରି କରିବା ଭଳି ଘଟଣା ସାମ୍ନାକୁ ଆସିଛି। ପାକିସ୍ତାନୀ ଅଧିକାରୀଙ୍କ ଏହି ଚୋରି କ୍ୟାମେରାରେ ମଧ୍ୟ କଏଦ ହୋଇ ଭାଇରାଲ୍ ହେବାରେ ଲାଗିଛି।
ପାକିସ୍ତାନ-କ୍ୟୁଏତ ଯୁଗ୍ମ ମନ୍ତ୍ରିସ୍ତରୀୟ ଆଲୋଚନା ପାଇଁ କ୍ୟୁଏତର ଏକ ପ୍ରତିନିଧି ଦଳ ପାକିସ୍ତାନ ଆସିଛନ୍ତି। ବୈଠକ ପରେ କ୍ୟୁଏତ ପ୍ରତିନିଧି ଦଳର ଜଣେ ସଦସ୍ୟ ଭୁଲ୍ରେ ତାଙ୍କ ୱାଲେଟ୍ ଟେବୁଲ୍ ଉପରେ ଛାଡ଼ି ଦେଇଥିଲେ। ୱାଲେଟ୍ଟିକୁ ଦେଖି ଇନ୍ଭେଷ୍ଟମେଣ୍ଟ ଓ ଫାସିଲିଟେସନ୍ ବିଭାଗର ଯୁଗ୍ମ ସଚିବ ଜର୍ଦ୍ଦାର ହାଇଦର ଖାନ୍ ଏହାକୁ ବେଶ ସର୍ତକତାର ସହ ନିଜ ପକେଟ୍ରେ ପୂରାଇ ଦେଇଥିଲେ।
କ୍ୟୁଏତ ପ୍ରତିନିଧି ମଣ୍ଡଳର ସଦସ୍ୟ ୱାଲେଟ୍ ହଜିବା ସମ୍ପର୍କରେ ସମସ୍ତଙ୍କୁ ଜଣାଇବା ପରେ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଥିଲା। ସିସିଟିଭି ଫୁଟେଜ୍ରୁ ଜର୍ଦ୍ଦାର ହାଇଦର ଖାନ୍ଙ୍କ ଚୋରି ସାମ୍ନାକୁ ଆସିଥିଲା। ଏହାପରେ ଖାନ୍ଙ୍କୁ ଗିରଫ କରାଯାଇ ଥିବା ଜଣାପଡ଼ିଛି।
ଦେଖନ୍ତୁ ଭିଡିଓ:
Grade 20 GoP officer stealing a Kuwaiti official's wallet – the official was part of a visiting delegation which had come to meet the PM pic.twitter.com/axODYL3SaZ
— omar r quraishi (@omar_quraishi) September 28, 2018
from Odisha Reporter https://ift.tt/2OoDNNl
No comments:
Post a Comment