ବଲାଙ୍ଗିର ଜେଲ୍‌ ହାଜତରେ ୪ କୁକ୍ଷାତ ଡକାୟତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ବଲାଙ୍ଗିର ଜେଲ୍‌ ହାଜତରେ ୪ କୁକ୍ଷାତ ଡକାୟତ

ବଲାଙ୍ଗିର(ସସ୍ମିତା ସାହୁ): ଏସ୍‌ଟିଏଫ୍‌ ହାତରେ ଧରାପଡିଥିବା ଡକାୟତି ଯୋଜନାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ଜାମିନ୍‌ ନାମଞ୍ଜୁର ହେବା ପରେ ବଲାଙ୍ଗିର ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏହି ଅଭିଯୁକ୍ତଙ୍କ ପୂର୍ବରୁ ଜେଲ୍‌ରେ ସୁଶାନ୍ତ ଧଳସାମନ୍ତଙ୍କ ଭଳି ଅଭିଯୁକ୍ତ ରହିଥିବାରୁ ଜେଲ୍‌ର ସୁରକ୍ଷାକୁ କଡାକଡି କରି ଦିଆଯାଇଛି। ହେଲେ ଏହି ଘଟଣାରେ ବଲାଙ୍ଗର ପୁଲିସ୍‌କୁ କିଛି ଜଣା ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

ସରକାରୀ ଓକିଲଙ୍କ  କହିବା ଅନୁସାରେ କିଛି ଦିନ ତଳେ ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରେ ଡକାୟତି ପାଇଁ ବ୍ଳୁପ୍ରିଣ୍ଟ ପ୍ରସ୍ତୁତ ହେଉଥିଲା।  କୌଣସି ଏକ ପେଟ୍ରୋଲ ପମ୍ପରେ ବଡ଼ ଧରଣର ଡକାୟତି ପାଇଁ ଚାଲିଥିଲା । ଯୋଜନା କରୁଥିଲେ ଅଭିଯୁକ୍ତ ମାଧବ ଖୁଣ୍ଟିଆ ।

ଏତେ ବଡ ଡକାୟତି ପାଇଁ ଯୋଜନା ଚାଲୁଥିଲେ ବି ଟେର ପାଇ ନ ଥିଲା ବଲାଙ୍ଗିର ପୁଲିସ୍‌।

ହେଲେ ଖବର ପାଇ ଭୁବନେଶ୍ୱରରୁ ବଲାଙ୍ଗିର ପହଞ୍ଚିଥିଲା ଏସ୍.ଟି.ଏଫର ସ୍ୱତନ୍ତ୍ର ଟିମ୍‌।  ପ୍ରଥମେ ବଲାଙ୍ଗିର ମାଳପଡାରେ ରହୁଥିବା ମାଧବ ଖୁଣ୍ଟିଆଙ୍କ ସହଯୋଗୀ ଶେଖ ମସ୍ତାନ ଅଲ୍ଲି ଓରଫ ରଜାକକୁ ରାତି ଅଧିଆ ଘରୁ ଉଠାଇ ନେଇଥିଲା ।

ସିଧା ଭୁବନେଶ୍ୱର ନେଇ ଆରମ୍ଭ ହେଲା ଖୋଲତାଡ। ଆଗରୁ ମଧ୍ୟ ରଜାକ ମାଧବ ଖୁଣ୍ଟିଆଙ୍କ ସହିତ ଅନ୍ୟ ଡକାୟତି ଘଟଣାରେ ଗିରଫ ହୋଇ ଜେଲ ଯାଇଥିଲା।

ତେଣୁ ଏସ୍.ଟି.ଏଫର ଛାନଭିନ ପରେ, ଗତକାଲି ମାଧବ, ନିଆଳିର ପ୍ରତାପ ଚନ୍ଦ୍ର ସାହୁ, ଟାଙ୍ଗି ଗୋକୁଳପୁରର ପ୍ରଦୀପ ନାଏକ ଓ ବଲାଙ୍ଗିରର ଶେଖ ମସ୍ତାନ ଅଲ୍ଲି ଓରଫ ରଜାକକୁ ଏସ୍.ଡି.ଜେ.ଏମ କୋର୍ଟରେ ହାଜର କଲା ପରେ, ଗତକାଲି ରାତିରେ ଜେଲକୁ ପଠାଇ ଦେଇଛି ଏସ୍.ଟି.ଏଫ୍ ।



from Odisha Reporter https://ift.tt/2Ofk82v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages