
ନୂଆଦିଲ୍ଲୀ: ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ପୁଲିସ୍ ଗିରଫ କରିଥିବା ଦେଶର ୫ ଜଣ ପ୍ରତିଷ୍ଠିତ ସାମାଜିକ କର୍ମୀଙ୍କ ଗୃହବନ୍ଦୀ ଅବଧିକୁ ଆଜି ସୁପ୍ରିମକୋର୍ଟ ପୁଣି ବୃଦ୍ଧି କରିଛନ୍ତି। ଏମାନଙ୍କୁ ସେପ୍ଟେମ୍ବର ୧୭ ଯାଏ ଗୃହବନ୍ଦୀ କରି ରଖାଯିବ ଏବଂ ଏହା ପରେ ମାମଲାର ଶୁଣାଣି କରାଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ପୂର୍ବରୁ ସେପ୍ଟେମ୍ବର ୫ ଓ ସେପ୍ଟେମ୍ବର ୧୨ ଯାଏ ଦୁଇଥର ୫ ଜଣ ସାମାଜିକ କର୍ମୀଙ୍କ ଗୃହବନ୍ଦୀ ଅବଧିକୁ ସୁପ୍ରିମକୋର୍ଟ ବୃଦ୍ଧି କରିଥିଲେ। ଏହି ସାମାଜିକ କର୍ମୀମାନଙ୍କୁ ବେଆଇନ୍ ଭାବେ ମହାରାଷ୍ଟ୍ର ପୁଲିସ୍ ଗିରଫ କରିଛି ବୋଲି ଅଭିଯୋଗ କରି ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ଆଗତ କରାଯାଇଛି।
ମହାରାଷ୍ଟ୍ର ପୁଲିସ୍ ଅଗଷ୍ଟ ୨୮ରେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ କରି ତେଲଗୁ କବି ଭର୍ଭରା ରାଓ, ସାମାଜିକ କର୍ମୀ ତଥା ଓକିଲ ସୁଧା ଭରଦ୍ୱାଜ, ଗୌତମ ନଭଲଖା, ଅରୁଣ ପେରିୟାର ଓ ଭେନନ୍ ଗନ୍ସାଲଭେଜଙ୍କୁ ଗିରଫ କରିଥିଲା।
from Odisha Reporter https://ift.tt/2MjLsHK
No comments:
Post a Comment