ଜାଣନ୍ତି କି ପାକ୍‌ ଫେରିବା ପୂର୍ବରୁ ଅସୁସ୍ଥ ପତ୍ନୀଙ୍କୁ କ’ଣ କହିଥିଲେ ଶରିଫ୍‌, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ଜାଣନ୍ତି କି ପାକ୍‌ ଫେରିବା ପୂର୍ବରୁ ଅସୁସ୍ଥ ପତ୍ନୀଙ୍କୁ କ’ଣ କହିଥିଲେ ଶରିଫ୍‌, ଦେଖନ୍ତୁ ଭିଡିଓ

ଇସ୍‌ଲାମାବାଦ୍‌: ଭ୍ରଷ୍ଟାଚାର ମାମଲାରେ ଜେଲ୍‌ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍‌ଙ୍କ ପତ୍ନୀ ବେଗମ୍‌ କୁଲସୁମ୍‌ଙ୍କ ମଙ୍ଗଳବାର ଲଣ୍ଡନରେ ଦେହାନ୍ତ ହୋଇଛି। ବେଗମ୍‌ଙ୍କ ଶେଷ ସମୟରେ ଶରିଫ୍‌ ତାଙ୍କୁ ଟିକିଏ ଦେଖିପାରି ନାହାନ୍ତି। 
ତେବେ ଶରିଫ୍‌ ତାଙ୍କ ବେଗମ୍‌ଙ୍କୁ ଛାଡ଼ି ପାକିସ୍ତାନ ଫେରିବା ବେଳେ କୋହଭରା କଣ୍ଠରେ କିଛି କଥା କହିଥିଲେ। ଏବେ ସେହି ସମୟର ଭିଡିଓ ସାମ୍ନାକୁ ଆସିଛି।
ଏହି ଭିଡିଓରେ ଶରିଫ୍‌ ବେଡ୍‌ରେ ଶୋଇ ରହିଥିବା ବେଗମ୍‌ କୁଲସୁମ୍‌ଙ୍କ ପାଖରେ ଛିଡ଼ା ହୋଇଛନ୍ତି। ସେ ବେଗମ୍‌ଙ୍କୁ ଥରେ ଆଖି ଖୋଲି ଦେଖିବାକୁ କୋହଭରା କଣ୍ଠରେ ନିବେଦନ କରୁଥିବା ଜଣାପଡ଼ିଛି।  ଏହି ସମୟରେ ଶରିଫଙ୍କ ପାଖରେ ତାଙ୍କ ଝିୟ ମାରୟମ ମଧ୍ୟ  ଠିଆ ହୋଇଥିବା ଦେଖିବାକୁ ମିଳିଛି।
ଭିଡିଓରେ ଆଲ୍ଲା ତୁମକୁ ଶକ୍ତି ଦିଅନ୍ତୁ। ଦୟା କରି ଆଖି ଖୋଲ କୁଲସୁମ୍‌ ବୋଲି ଊର୍ଦ୍ଦୁ ଭାଷାରେ ବେଗମ୍‌ କୁଲସୁମ୍‌ଙ୍କୁ ଶରିଫ୍‌ କହୁଛନ୍ତି। ଶରିଫ୍‌ଙ୍କ ନିବେଦନ ପରେ ଶେଷ ଥର ପାଇଁ କୁଲସୁମ୍‌ କିଛି ସେକେଣ୍ଡ ପାଇଁ ଶରିଫ୍‌ଙ୍କୁ ଆଖି ଖୋଲି ଦେଖିଥିଲେ।
୨୦୧୪ରୁ ବେଗମ୍‌ କୁଲସୁମ୍‌ ଲଣ୍ଡନରେ ଚିକିତ୍ସିତ ହେଉଥିବା ବେଳେ ଶରିଫ୍‌ ତାଙ୍କ ପାଖେପାଖେ ରହି ଆସୁଥିଲେ। ହେଲେ ଶରିଫ୍‌ଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ଜୁଲାଇ ୧୨ରେ ତାଙ୍କୁ ଲଣ୍ଡନ ଛାଡ଼ି ପାକିସ୍ତାନ ଆସିବାକୁ ପଡ଼ିଥିଲା।
ଅନ୍ୟପକ୍ଷରେ କୁଲସୁମ୍‌ଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବା ପାଇଁ ରାୱଲପିଣ୍ଡିର ଆଦିଆଲା ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା ଶରିଫ୍, ତାଙ୍କ ଝିଅ ମାରୟମ ଓ ଜ୍ୱାଇଁ ମହମ୍ମଦ ସଫଦରଙ୍କୁ ୧୨ ଘଣ୍ଟିଆ ପ୍ୟାରୋଲରେ ଯିବାକୁ ଅନୁମତି ମିଳିଛି। ସେମାନେ ଆଜି ସକାଳୁ ଲାହୋରଠାରେ ପହଞ୍ଚିଛନ୍ତି। ଲାହୋର୍‌ର ଜାତି ଉମରଠାରେ କୁଲସୁମ୍‌ଙ୍କ ଅନ୍ତିମ ସଂସ୍କାର କରାଯିବ।



from Odisha Reporter https://ift.tt/2x9qqpL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages