ଦାମଙ୍କ ପାଇଁ ବେଡ଼ି ତିଆରି ଯୋଜନା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

ଦାମଙ୍କ ପାଇଁ ବେଡ଼ି ତିଆରି ଯୋଜନା !

ଚର୍ଚ୍ଚା ହେଉଛି, ଡାକ୍ତର ରାଉତଙ୍କ ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥ ଦର୍ଶାଇବା ପାଇଁ କୁଆଡ଼େ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଦଳୀୟ କର୍ମୀଙ୍କୁ ଭୁବନେଶ୍ୱର ଆଣି ବିଜେଡି ସୁପ୍ରିମୋଙ୍କୁ ‘ପ୍ରାୟୋଜିତ ଧନ୍ୟବାଦ’ ଦେବାର ମଧ୍ୟ ବ୍ୟବସ୍ଥା ହେଉଛି। ଡାକ୍ତର ରାଉତଙ୍କ ବିରୁଦ୍ଧରେ ଏକ ସରକାରୀ ଟେଣ୍ଡରକୁ ନେଇ ଭିଜିଲାନ୍ସ ମାମଲାରେ ଛନ୍ଦିବା ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହେବାପରେ ନିଜର ସ୍ୱର ଶାଣିତ କରି ସିଧାସଳଖ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରୁଥିବାରୁ ତାଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଆଜି ଏକ ରୁଦ୍ଧଦ୍ୱାର ବୈଠକ ହୋଇଥିବା ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ତୃତୀୟ ମହଲା ବାବୁଙ୍କ ଖାସ୍ ବୋଲାଉଥିବା ୬-୭ଜଣ ବିଧାୟକ ଆଜି ସନ୍ଧ୍ୟାରେ ବିଜେଡିର ଜଣେ ଯୁବନେତାଙ୍କ ଘରେ (ଭୁବନେଶ୍ୱରରେ ନୁହେଁ) ଏକାଠି ହୋଇଥିଲେ। ଗଣେଶ ପୂଜା ଆଳରେ ଏହି ବିଧାୟକମାନେ କୁଆଡ଼େ ପାରାଦୀପରେ କାର୍ଯ୍ୟ କରୁଥିବା କେତେକ କମ୍ପାନୀର ପ୍ରତିନିଧିଙ୍କୁ ଡାକି ଡାକ୍ତର ରାଉତଙ୍କ ସହ ସମସ୍ତ ପ୍ରକାରର ଯୋଗସୂତ୍ର ଛିନ୍ନ କରିବାକୁ ଚେତାବନୀ ଦେଇଛନ୍ତି।

ଚର୍ଚ୍ଚା ହେଉଛି, ଡାକ୍ତର ରାଉତଙ୍କ ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥ ଦର୍ଶାଇବା ପାଇଁ କୁଆଡ଼େ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଦଳୀୟ କର୍ମୀଙ୍କୁ ଭୁବନେଶ୍ୱର ଆଣି ବିଜେଡି ସୁପ୍ରିମୋଙ୍କୁ ‘ପ୍ରାୟୋଜିତ ଧନ୍ୟବାଦ’ ଦେବାର ମଧ୍ୟ ବ୍ୟବସ୍ଥା ହେଉଛି। ଡାକ୍ତର ରାଉତଙ୍କ ବିରୁଦ୍ଧରେ ଏକ ସରକାରୀ ଟେଣ୍ଡରକୁ ନେଇ ଭିଜିଲାନ୍ସ ମାମଲାରେ ଛନ୍ଦିବା ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି।

ଶୁଣିବାକୁ ମିଳୁଛି, ଏହି ବୈଠକରେ ସାମିଲ ଥିବା ବିଧାୟକମାନେ ସମସ୍ତେ ଉପକୂଳ ଓଡ଼ିଶାର। ଏହି ବିଧାୟକମାନେ ବିଭିନ୍ନ କାରଣରୁ ପୂର୍ବରୁ ବିବାଦରେ ରହିଆସିଛନ୍ତି। ପାରାଦୀପରେ ଠିକା କାର୍ଯ୍ୟ ନେଇଥିବା ଜଣେ ବିଧାୟକ କୁଆଡ଼େ ତୃତୀୟ ମହଲାର ଖାସ୍ ନେତାମାନଙ୍କୁ ଏକଜୁଟ କରାଇ ଦାମଙ୍କ ପ୍ରତି କଠୋର ଆଭିମୁଖ୍ୟ ପୋଷଣ ପାଇଁ ପ୍ରବର୍ତ୍ତାଇଥିଲେ ବୋଲି ଚର୍ଚ୍ଚା।

ଏପରିକି ଡାକ୍ତର ରାଉତ ଯେଭଳି ପାରାଦୀପରେ ବିଜେଡି କର୍ମୀଙ୍କୁ ଏକଜୁଟ କରିବାରେ ସଫଳ ନହେବେ, ସେଥିପାଇଁ କଟକର ଜଣେ ମନ୍ତ୍ରୀ ଓ କେନ୍ଦ୍ରାପଡ଼ାର ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଡାକ୍ତର ରାଉତଙ୍କ ଘରକୁ କେଉଁମାନେ ଯାଉଛନ୍ତି ଓ ଫୋନରେ ଯୋଗାଯୋଗ ରଖୁଛନ୍ତି ତାହା ଉପରେ ନଜର ରଖିବାକୁ କୁଆଡ଼େ ଗୁଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦେବାକୁ ନିଷ୍ପତ୍ତି  ହୋଇଛି।

ଏହି ବୈଠକରେ ତୃତୀୟ ମହଲା ବାବୁ ଉପସ୍ଥିତ ନଥିଲେ ମଧ୍ୟ ସେ ଦେଇଥିବା ପରାମର୍ଶ ଆଧାରରେ ସମସ୍ତ ଦିଗ ଉପରେ କୁଆଡ଼େ ଆଲୋଚନା ହୋଇଥିଲା।

ଶୁଣିବାକୁ ମିଳୁଛି, ଏହି ବୈଠକରେ ସାମିଲ ଥିବା ବିଧାୟକମାନେ ସମସ୍ତେ ଉପକୂଳ ଓଡ଼ିଶାର। ଏହି ବିଧାୟକମାନେ ବିଭିନ୍ନ କାରଣରୁ ପୂର୍ବରୁ ବିବାଦରେ ରହିଆସିଛନ୍ତି। ପାରାଦୀପରେ ଠିକା କାର୍ଯ୍ୟ ନେଇଥିବା ଜଣେ ବିଧାୟକ କୁଆଡ଼େ ତୃତୀୟ ମହଲାର ଖାସ୍ ନେତାମାନଙ୍କୁ ଏକଜୁଟ କରାଇ ଦାମଙ୍କ ପ୍ରତି କଠୋର ଆଭିମୁଖ୍ୟ ପୋଷଣ ପାଇଁ ପ୍ରବର୍ତ୍ତାଇଥିଲେ ବୋଲି ଚର୍ଚ୍ଚା।

from Odisha Reporter https://ift.tt/2NbeT3Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages