
କେନ୍ଦୁଝର (ପ୍ରଣୟ ପାଣି): ତିନି ଜଣ ସାଙ୍ଗ ବାଇକ୍ରେ ପୂଜା ଦେଖିବାକୁ ଯାଉଥିଲେ। ମାତ୍ର ଗାଡ଼ିର ବେଗ ଅଧିକ ଥିବାରୁ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଯାଇଥିଲେ। ଫଳରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।
ହରିଚନ୍ଦନପୁର ଥାନା ସୁନାପେଣ୍ଠ ଗାଁର ବିଶ୍ୱାମିତ୍ର ନାଏକ, ଆକାଶ ନାଏକ ଓ ବିଜୟ ନାଏକ ଗୋଟିଏ ବାଇକ୍ରେ ରେବଣା ପଳାଶପାଳରେ ହେଉଥିବା ପୂଜା ଦେଖିବାକୁ ଯାଉଥିଲେ। ତେବେ ସେମାନଙ୍କ ଗାଡ଼ି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଘଟଣା ସ୍ଥଳରେ ବିଶ୍ଵାମିତ୍ର ନାଏକ ଓ ଆକାଶ ନାଏକଙ୍କ ମୃତ୍ୟୁ ଘଟିଥିଲା। ବିଜୟ ନାଏକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହରିଚନ୍ଦନପୁର ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।
from Odisha Reporter https://ift.tt/2p6oxXc
No comments:
Post a Comment