
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ପ୍ରସଙ୍ଗରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ନିଜ କଥା ବଦଳାଇଛନ୍ତି।
ପ୍ରଥମେ ମନ୍ତ୍ରୀ କହିଥିଲେ, ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ଯୋଗୁ ଜୋରରେ ଶବ୍ଦ ହୋଇଥିଲା। ମତ୍ସ୍ୟଜୀବୀମାନେ ଭୟଭୀତ ହୋଇ ଯାଇଥିଲେ। ତେବେ ହେଲିକପ୍ଟର ଉଡ଼ାଇବା ଦ୍ୱାରା ଚିଲିକାର ଜୈବ ବିବିଧତା ନଷ୍ଟ ହେବାର ସ୍କୋପ୍ ନାହିଁ।
ଏହି ମନ୍ତବ୍ୟ ଦେବାର କିଛି ସମୟ ପରେ ମନ୍ତ୍ରୀ ଗଣମାଧ୍ୟମକୁ ଡାକି ନିଜର ମତ ବଦଳାଇଥିଲେ।
ସେ କହିଥିଲେ,“ଏହି ଚପରଟି ଲୋ ଲାଇନ୍ରେ ଉଡ଼ିଥିଲା। ଏହାଦ୍ୱାରା ବନ୍ୟପ୍ରାଣୀ ପ୍ରଭାବିତ ହୋଇଛନ୍ତି।”
ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ବିଜୟଶ୍ରୀ ରାଉତରାୟ ଏଭଳି ବୟାନ ବଦଳାଇଛନ୍ତି, ତାକୁ ନେଇ ଏବେ ଭିନ୍ନ ଭିନ୍ନ ଚର୍ଚ୍ଚା
ହେଉଛି।
from Odisha Reporter https://ift.tt/2xnMYnx
No comments:
Post a Comment