ଶୋଏବଙ୍କୁ ‘ଜିଜୁ’ ବୋଲି ଡାକିଲେ ଭାରତୀୟ ଫ୍ୟାନ୍‌, ଆଉ ତା’ ପରେ….ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ଶୋଏବଙ୍କୁ ‘ଜିଜୁ’ ବୋଲି ଡାକିଲେ ଭାରତୀୟ ଫ୍ୟାନ୍‌, ଆଉ ତା’ ପରେ….ଦେଖନ୍ତୁ ଭିଡିଓ

ଦୁବାଇ: ରବିବାର ଭାରତ-ପାକିସ୍ତାନ ମ୍ୟାଚ୍‌ ଏତରଫା ରହିଥିଲେ ହେଁ ପଡ଼ିଆ ମଧ୍ୟରେ ଏକ ରୋମାଞ୍ଚକର ଘଟଣା ଘଟିଥିଲା। ଭାରତୀୟ ଟିମ୍‌ ବ୍ୟାଟିଂ କରୁଥିବା ବେଳେ ବାଉଣ୍ଡାରୀରେ ଫିଲ୍ଡିଂ କରୁଥିବା ପାକିସ୍ତାନ ଖେଳାଳି ଶୋଏବ ମାଲିକଙ୍କୁ କିଛି ଫ୍ୟାନ୍‌ ଜିଜୁ ଜିଜୁ(ଭିଣୋଇ) ବୋଲି ସମ୍ବୋଧନ କରିଥିଲେ। ଆପଣ ଭାବୁଥିବେ ଶୋଏବ ଏକଥା ଶୁଣିବା ପରେ ତାଙ୍କୁ ଡାକୁଥିବା ଲୋକଙ୍କୁ ପ୍ରତିକ୍ରିୟା ଦେଇଥିଲେ ନା ନାହିଁ।

ଶୋଏବ ମାଲିକ ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜାଙ୍କୁ ବିବାହ କରିଥିବାରୁ ତାଙ୍କୁ ସର୍ବଦା ଭାରତର ଜ୍ୱାଇଁ ବୋଲି ସମସ୍ତେ କହିଥାଆନ୍ତି। ଅନେକ ସମୟରେ ଉଭୟ ସାନିଆ ଓ ଶୋଏବ ମଧ୍ୟ ଏକଥାକୁ ସ୍ୱୀକାର କରିଛନ୍ତି। ହେଲେ ପଡ଼ିଆ ମଝିରେ ଶୋଏବଙ୍କୁ ସାନିଆଙ୍କ ପାଇଁ କିଛି ଭାରତୀୟ ଫ୍ୟାନ୍‌ ଜିଜୁ ବୋଲି ସମ୍ବୋଧନା କରିବା ଆପଣ କେବେ ଶୁଣି ନଥିବେ। କିନ୍ତୁ ଦୁବାଇ ପଡ଼ିଆରେ ଚାଲିଥିବା ବେଳେ ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା।

ଶୋଏବ ଫିଲ୍ଡିଂ କରୁଥିବା ବେଳେ ତାଙ୍କୁ କିଛି ଭାରତୀୟ ଫ୍ୟାନ୍‌ ଜିଜୁ ଜିଜୁ ଥରେ ଏପଟକୁ ଚାହଁ ବୋଲି ଅନୁରୋଧ କରିଥିଲେ। ବାରମ୍ବାର ସେମାନେ ଏପରି କହିବା ପରେ ଶୋଏବ ମଧ୍ୟ ବେଶ ସ୍ମିତହାସ୍ୟ ଦେଇ ସେମାନଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ସମସ୍ତେ ଶୋଏବଙ୍କୁ ପ୍ରଶଂସା କରିଛନ୍ତି।

ଗତକାଲି ମ୍ୟାଚ୍‌ରେ ଶୋଏବ ମାଲିକ ୭୮ ରନ୍‌ କରିଥିଲେ ହେଁ ଏହା ପାକିସ୍ତାନକୁ ଜିତାଇ ପାରି ନଥିଲା। ଟିମ୍‌ ଇଣ୍ଡିଆଙ୍କର ଦୁଇ ଓପନର୍‌ ଶିଖର ଧୱନ ଓ ରୋହିତ ଶର୍ମା ଶତକ ହାସଲ କରି ଭାରତକୁ ଏକତରଫା ବିଜୟ ଭେଟି ଦେଇଥିଲେ।



from Odisha Reporter https://ift.tt/2xU9owj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages