ସେନା ଅପରେସନ୍‌ରେ ୩ ଆତଙ୍କୀ ସଫା, ଯବାନ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ସେନା ଅପରେସନ୍‌ରେ ୩ ଆତଙ୍କୀ ସଫା, ଯବାନ ସହିଦ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଆରମ୍ଭ ହୋଇଥିବା ଅନୁପ୍ରବେଶ ବିରୋଧୀ ଅପରେସନ୍‌କୁ ଆଜି ପୁଣି ସଫଳତା ମିଳିଛି। ଆଜି ସେନା ପକ୍ଷରୁ କୁପୱାଡା ଜିଲ୍ଲାର ଏଲ୍‌ଓସିଠାରେ ଚାଲିଥିବା ଅପରେସନ୍‌ ବେଳେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ତେବେ ଆତଙ୍କବାଦୀଙ୍କ ପାଲଟା ଆକ୍ରମଣରେ ଜଣେ ଯବାନ ମଧ୍ୟ ସହିଦ ହୋଇଯାଇଛନ୍ତି। ଗତକାଲି ଏହି ଅନୁପ୍ରେବଶ ବିରୋଧୀ ଅରେସନ୍‌ରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।

ସେନାର ଜଣେ ମୁଖପାତ୍ର କହିଛନ୍ତି, ପାକିସ୍ତାନ ସୀମାନ୍ତରୁ ତଙ୍ଗଧର ସେକ୍ଟର୍‌ ସ୍ଥିତ ଏଲ୍‌ଓସି ଡେଇଁ କିଛି ଆତଙ୍କବାଦୀ ପ୍ରବେଶ କରୁଥିବା ସୂଚନା ମିଳିଥିଲା। ଗତକାଲି ଏହି ସ୍ଥାନରେ ସୁରକ୍ଷାକର୍ମୀ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ତେବେ ଆଉ ୩ ଜଣ ଏଠାରେ ଲୁଚି ରହିଥିବା ଆଜି ସକାଳେ ଖବର ମିଳିଥିଲା।

ଏମାନଙ୍କ ଉଦ୍ୟମକୁ ପଣ୍ଡ କରିବା ପାଇଁ ଅପରେସନ୍‌ ଚାଲିଥିବା ବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି। ତେବେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ୩ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଗତକାଲି ଓ ଆଜକୁ ମିଶାଇ ଏହି ଅଞ୍ଚଳରେ ୫ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଥିବା ସେ କହିଛନ୍ତି। ଏବେ ବି ଉକ୍ତ ଅଞ୍ଚଳରେ ଅପରେସନ୍‌ ଜାରି ରହିଛି।



from Odisha Reporter https://ift.tt/2QTGx3C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages