ନୂଆ ପାକ୍‌ ରାଷ୍ଟ୍ରପତିଙ୍କର ଭାରତ ସହ ଥିଲା ଏମିତି ସମ୍ପର୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ନୂଆ ପାକ୍‌ ରାଷ୍ଟ୍ରପତିଙ୍କର ଭାରତ ସହ ଥିଲା ଏମିତି ସମ୍ପର୍କ

ଇସ୍‌ଲାମାବାଦ୍: ପାକିସ୍ତାନର ନବ ନିର୍ବାଚିତ ରାଷ୍ଟ୍ରପତି ଡ. ଅରିଫ୍‌ ଅଲ୍‌ଭିଙ୍କ ଭାରତୀୟ ସମ୍ପର୍କକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଅଲ୍‌ଭିଙ୍କ ବାପା ଜଣେ ଦାନ୍ତ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ ଏବଂ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ପାଖରେ ରହି ତାଙ୍କର ସମସ୍ତ କଥା ବୁଝୁଥିଲେ ବୋଲି ଜଣାପଡ଼ିଛି। ପାକିସ୍ତାନର କ୍ଷମତାସୀନ ତେହେରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

ପାକିସ୍ତାନର ନୂଆ ରାଷ୍ଟ୍ରପତି ୬୯ ବର୍ଷୀୟ ଅଲ୍‌ଭି, ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା। ଏଥିସହ ସେ ପିଟିଆଇର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ। ସେ ମଧ୍ୟ ଜଣେ ଦାନ୍ତ ଡାକ୍ତର। ପାକିସ୍ତାନ ରାଷ୍ଟ୍ରପତି ନିର୍ବାଚନରେ ଡ.ଅଲ୍‌ଭି ପାକିସ୍ତାନ ପିପୁଲ୍ସ ପାର୍ଟିର ଅତିଜାଜ୍‌ ଅହସାନ ଓ ପିଏମ୍‌ଏଲ୍‌ଏନ୍‌ର ମୌଲାନା ଫଜଲ୍‌ ଉର୍‌ ରେହମାନ୍‌ଙ୍କୁ ପରାସ୍ତ କରି ଦେଶର ୧୩ତମ ରାଷ୍ଟ୍ରପତି ହୋଇଛନ୍ତି।

କେବଳ ଡ.ଅଲ୍‌ଭିଙ୍କ ବାପା ନେହରୁଙ୍କ ପାଖରେ ଦାନ୍ତ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ ତାହା ନୁହେଁ, ବରଂ ଅଖଣ୍ଡ ଭାରତ ବିଭାଜନ ପରେ ଡ.ଅଲ୍‌ଭିଙ୍କ ପରିବାର ଭାରତରୁ ଶରଣାର୍ଥୀ ଭାବେ ପାକିସ୍ତାନରେ ବସବାସ କରୁଥିଲେ। ବିଭାଜନ ପୂର୍ବରୁ ଡ.ଅଲ୍‌ଭିଙ୍କ ବାପା ଡ. ହବିବ୍‌ ଉର୍‌ ରେହମାନ୍‌ ଇଲାହି ଅଲ୍‌ଭି, ନେହରୁଙ୍କ ଦାନ୍ତ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ।

ରାଷ୍ଟ୍ରପତି ଡ. ଅଲ୍‌ଭି ୧୯୪୯ ମସିହାରେ କରାଚିରେ ଜନ୍ମ ଗ୍ରହଣ କରିଥିଲେ। ବିଭାଜନ ପରେ ତାଙ୍କ ବାପା ଏଇଠାରେ ହିଁ ରହୁଥିଲେ।

ସେ ଛାତ୍ର ସଂଗଠନ ଜାମାତ୍‌-ଇ-ଇସ୍‌ଲାମି (ଜେଆଇଏଚ୍‌)ରେ ସାମିଲ ହୋଇ ଆୟୁବ ଖାନ୍‌ଙ୍କ ସାମାରିକ ଶାସନ ବିରୋଧରେ ସ୍ୱର ଉଠାଇଥିଲେ। ଡ.ଅଲ୍‌ଭି ପ୍ରଥମଥର ୧୯୭୯ରେ ଜେଆଇଏଚ୍‌ରୁ ନିର୍ବାଚନ ଲଢ଼ିଥିଲେ ହେଁ ପରାସ୍ତ ହୋଇଥିଲେ। ଏହାପରେ ସକ୍ରିୟ ରାଜନୀତିରୁ ଦୂରେଇ ରହି ଆସୁଥିବା ଡ.ଅଲ୍‌ଭି ୧୯୯୬ରେ ଇମ୍ରାନ୍‌ ଖାନ୍‌ଙ୍କ ସହ ମିଶି ପିଟିଆଇ ପ୍ରତିଷ୍ଠା କରିଥିଲେ।

୧୯୯୭ରେ ସେ ପିଟିଆଇ ପକ୍ଷରୁ ନିର୍ବାଚନ ଲଢ଼ିଥିଲେ ହେଁ ପୁଣି ପରାସ୍ତ ହୋଇଥିଲେ।

୨୦୦୬ରୁ ୨୦୧୩ ଯାଏ ଡ.ଅଲ୍‌ଭି ପିଟିଆଇର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ୨୦୧୩ରେ ସେ ପ୍ରଥମଥର ପାକ୍‌ ସଂସଦକୁ ନିର୍ବାଚିତ ହୋଇଥିଲେ। ୨୦୧୮ ଜୁଲାଇ ସାଧାରଣ ନିର୍ବାଚନରେ ମଧ୍ୟ ସେ ବିଜୟୀ ହୋଇଥିଲେ।



from Odisha Reporter https://ift.tt/2wMT3JY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages