ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ଓ ପୁଲିସ୍‌ ମୁଖିଆଙ୍କ ଘରେ ସିବିଆଇ ଚଢ଼ଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ଓ ପୁଲିସ୍‌ ମୁଖିଆଙ୍କ ଘରେ ସିବିଆଇ ଚଢ଼ଉ

ଚେନ୍ନାଇ: ବହୁ ଚର୍ଚ୍ଚିତ ତାମିଲନାଡୁ ଗୁଟ୍‌ଖା ସ୍କାମ୍‌ ମାମଲାରେ ଆଜି ଧରପଗଡ଼ ଆରମ୍ଭ କରିଛି ସିବିଆଇ। ଏହି କୋଟି କୋଟି ଟଙ୍କା ଦୁର୍ନୀତିର ଖିଅକୁ ଧରିବା ପାଇଁ ସିବିଆଇ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସି.ବିଜୟ ଭାସ୍କର ଓ ଡିଜିପି ଟି.କେ. ରାଜେନ୍ଦ୍ରନଙ୍କ ସମେତ ଏକାଧିକ ଲୋକଙ୍କ ଘରେ ଚଢ଼ଉ କରାଯାଇଛି। ଏହା ବ୍ୟତୀତ ଗୁଟ୍‌ଖା ଦୁର୍ନୀତି ମାମଲାରେ ତାମିଲନାଡ଼ୁର ପାଖାପାଖି ୪୦ଟି ସ୍ଥାନରେ ସକାଳ ୭ଟାରୁ ସିବିଆଇ ଟିମ୍‌ ଚଢ଼ଉ କରିଛି।

ସିବିଆଇ ପୂର୍ବତନ ଚେନ୍ନାଇ ପୁଲିସ୍‌ କମିଶନର ଏସ୍‌. ଗର୍ଗ ଓ ପୂର୍ବତନ ମନ୍ତ୍ରୀ ରାମନାଙ୍କ ଘରେ ମଧ୍ୟ ସିବିଆଇ ଅଧିକାରୀମାନେ ଚଢ଼ଉ କରିଥିଲେ। ଖାଦ୍ୟ ସୁରକ୍ଷା ବିଭାଗର ଏକାଧିକ ଅଧିକାରୀଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଥିବା ଜଣାପଡ଼ିଛି।

 

ରାଜ୍ୟ ସରକାର ୨୦୧୩ ମସିହାରେ ତାମିଲନାଡୁରେ କୌଣସି ପ୍ରକାରର ଗୁଟ୍‌ଖା ପ୍ରସ୍ତୁତ ଓ ଷ୍ଟୋରେଜ୍‌ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବେଆଇନ୍‌ ଭାବେ ଗୁଟ୍‌ଖା ବିକ୍ରି କରିବାରେ ସହଯୋଗ କରିବାକୁ ଏକ ନିର୍ଦ୍ଦିଷ୍ଟ କମ୍ପାନୀ ପୁଲିସ୍‌ ଓ ସରକାରୀ ବାବୁମାନଙ୍କୁ ୪୦ କୋଟି ଟଙ୍କାର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ରାଜନୀତିକ ହଟଚମଟ ସୃଷ୍ଟି ହେବା ପରେ ଗୁଟ୍‌ଖା ଦୁର୍ନୀତିର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ଏପ୍ରିଲ ୨୬ରେ ମାଡ୍ରାସ୍ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

୨୦୧୭ ଜୁଲାଇ ୮ରେ ଆୟକର ବିଭାଗ ପକ୍ଷରୁ ପାନ ମସଲା ଓ ଗୁଟ୍‌ଖା ନିର୍ମାଣ କରୁଥିବା ଏହି କମ୍ପାନୀର ମାଲିକ ମାଧବ ରାଓଙ୍କ ଘର, ଅଫିସ୍‌ ଓ ଗୋଦାମରେ ଚଢ଼ଉ କରିଥିଲା। ଏହି ବ୍ୟକ୍ତି ଜଣଙ୍କ ୨୫୦ କୋଟି ଟଙ୍କାର ଟିକସ ପାଙ୍କିଥିବା ଚଢ଼ଉ ବେଳେ ଜଣାପଡ଼ିଥିଲା। ଚଢ଼ଉ ବେଳେ ଆୟକର ବିଭାଗ ଏକ ଡାଏରୀ ଜବତ କରିଥିଲା। ଡାଏରୀରେ ଗୁଟ୍‌ଖା କମ୍ପାନୀ ମାଲିକ କେଉଁମାନଙ୍କୁ ଲାଞ୍ଚ ଦେଇ ଟିକସ ଫାଙ୍କୁଥିଲେ, ତା’ର ବିସ୍ତୃତ ତଥ୍ୟ ରହିଥିଲା।



from Odisha Reporter https://ift.tt/2wJyMES

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages