ଏମିତି ଢଙ୍ଗରେ ଅମ୍ପାୟାରଙ୍କୁ ଜବାବ୍ ଦେଲେ ମାହି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ଏମିତି ଢଙ୍ଗରେ ଅମ୍ପାୟାରଙ୍କୁ ଜବାବ୍ ଦେଲେ ମାହି

ଦୁବାଇ: ଏସିଆ କପ୍‌ ସୁପର୍‌ ଫୋର୍‌ ଆଫ୍‌ଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଥିଲା। ତେବେ ଏହି ମ୍ୟାଚ୍‌ଟି ବେଶ ରୋମାଞ୍ଚଭରା ଢଙ୍ଗରେ ଶେଷ ହୋଇଛି।

ମ୍ୟାଚ୍‌ଟି ଟାଇରେ ଶେଷ ହୋଇଥିବାରୁ କ୍ରିକେଟ୍‌ପ୍ରେମୀ ଉଭୟ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ରୋମାଞ୍ଚକର ଓ ଉତ୍କଣ୍ଠାପୂର୍ଣ୍ଣ ହେବା ବ୍ୟତୀତ ମ୍ୟାଚ୍‌ରେ ଫିଲ୍ଡ ଅମ୍ପାୟାରଙ୍କ ନାନା ଭୁଲ ନିଷ୍ପତ୍ତି ଦେଖିବାକୁ ମିଳିଥିଲା। ଉଭୟ ଧୋନି ଓ ଦିନେଶ କାର୍ତ୍ତିକଙ୍କୁ ଅନ୍ ଫିଲ୍ଡ ଅମ୍ପାୟାର ୱେଷ୍ଟଇଣ୍ଡିଜ୍‌ର ଜି ବାର୍ଥୱେଟ୍ ଏଲ୍‌ବିଡବ୍ଲ୍ୟୁ କରାଇଦେଇଥିଲେ।

କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଦୁଇଟି ଯାକ ଆଉଟ୍ ନିଷ୍ପତ୍ତି ଭୁଲ୍ ଥିଲା ବୋଲି ଜଣାପଡ଼ିଥିଲା। ବଲ୍ ୱିକେଟ୍ ମିସ୍ କରୁଥିଲେ ହେଁ ଧୋନି ଓ କାର୍ତ୍ତିକଙ୍କୁ ପ୍ୟାଭିଲିୟନ୍ ଫେରିବାକୁ ପଡ଼ିଥିଲା। ଟିମ୍ ଇଣ୍ଡିଆ ପାଖରେ ଆଉ ରିଭ୍ୟୁ ନଥିବାରୁ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ମଧ୍ୟ ଦଳ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇ ପାରି ନଥିଲା।

ଏହି ଘଟଣାକୁ ସୋଶାଲ୍ ମିଡିଆରେ ତୀବ୍ର ସମାଲୋଚା କରାଯାଛି। ଅନେକ ବାର୍ଥୱେଟଙ୍କ ଫଟୋ ଛାଡ଼ି ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦେବା ଦରକାର ବୋଲି ମଧ୍ୟ କହି ତାଚ୍ଛଲ୍ୟ କରିଛନ୍ତି।

ଅମ୍ପାୟାରଙ୍କ ଏଭଳି ଭୁଲ ନିଷ୍ପତ୍ତିକୁ ଧୋନି ନାପସନ୍ଦ କରି ଅତ୍ୟନ୍ତ ତାଚ୍ଛଲ୍ୟପୂର୍ଣ୍ଣ ଢଙ୍ଗରେ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି, ବହୁତ କିଛି କହିବାର ଅଛି କିନ୍ତୁ ଅଧିକ କହି ଆଇସିସି ଦ୍ୱାରା ଜୋରିମାନା କିମ୍ବା ଦଣ୍ଡିତ ହେବାକୁ ଚାହୁଁନି।

ଧୋନି କହିଛନ୍ତି, ମ୍ୟାଚ୍‌ ବେଳେ ଏକାଧିକ ରନ୍‌ ଆଉଟ୍‌ ଏବଂ ଆହୁରି କିଛି ଘଟଣା ଘଟିଛି। କିନ୍ତୁ ଆମେ ଏ ସମ୍ପର୍କରେ ମୁହଁ ଖୋଲି ଦଣ୍ଡିତ ହେବାକୁ ଚାହୁଁନୁ। କିନ୍ତୁ ଅନେକ ଘଟଣା ଘଟିଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଯଦି କୌଣସି ଖେଳାଳି ସର୍ବସାଧାରଣରେ ଅମ୍ପାୟାରଙ୍କୁ ସମାଲୋଚନା କରନ୍ତି, ତା’ହେଲେ ଆଇସିସି ସେମାନଙ୍କୁ ଜୋରିମାନା ଓ ଦଣ୍ଡିତ କରିବାର ନିୟମ ରହିଛି।

ଅନ୍ୟପକ୍ଷରେ ଧୋନି ଆଫ୍‌ଗାନିସ୍ତାନ ଟିମ୍‌କୁ ଢେର ପ୍ରଶଂସା କରିଛନ୍ତି।

ସେ କହିଛନ୍ତି, ଆଫ୍‌ଗାନିସ୍ତାନ ଟିମ୍‌ ବହୁତ ଭଲ ଖେଳ ପ୍ରଦର୍ଶନ କରିଛି। ଏସିଆ କପ୍‌ ଆରମ୍ଭରୁ ହିଁ ସେମାନେ ଜବରଦସ୍ତ ଖେଳ ପ୍ରଦର୍ଶନ କରିଛନ୍ତି। ଆଫ୍‌ଗାନିସ୍ତାନ ବିଶ୍ୱର ଏକମାତ୍ର ଦଳ ଯିଏ, ନିଜ ରାଙ୍କରେ ଆଶାତୀତ ଉନ୍ନତି କରିପାରିଛି। ସବୁ ବିଭାଗରେ ଆଫ୍‌ଗାନିସ୍ତାନ ବେଷ୍ଟ।

ଉଭୟ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଆଫ୍‌ଗାନିସ୍ତାନ ଜବରଦସ୍ତ ପ୍ରଦର୍ଶନ କରିପାରିଛି ବୋଲି ମାହି କହିଛନ୍ତି।



from Odisha Reporter https://ift.tt/2Q9Q5q3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages