ପଦାରେ ପଡ଼ିଲା ବିଜେଡି ବିବାଦ, ୧୪୪ ଧାରା ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ପଦାରେ ପଡ଼ିଲା ବିଜେଡି ବିବାଦ, ୧୪୪ ଧାରା ଜାରି

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ ଭେଟଘାଟ୍’ ମାଧ୍ୟମରେ ରାଜନୀତିକ ଫାଇଦା ନେବା ପାଇଁ ଉଦ୍ୟମ କରୁଥିବା ବିଜେଡି ନିମନ୍ତେ ଦଳୀୟ ଗୋଷ୍ଠୀକନ୍ଦଳ ଏବେ ମୁଣ୍ଡବ୍ୟଥାର କାରଣ ହୋଇଛି।

ବଲାଙ୍ଗିରରେ ବିଜେଡି ସାଂସଦ କଳିକେଶ ସିଂହଦେଓ ଓ ଜିଲ୍ଲାର ଦଳୀୟ ନେତାମାନଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଯୋଗୁ ଦଳୀୟସ୍ତରରେ ପାଳନ ହେବାକୁ ଥିବା ନୂଆଁଖାଇ ଭେଟଘାଟ୍ ସମ୍ଭବପର ହୋଇନି। ନୂଆଁଖାଇ ଭେଟଘାଟ ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ନେଇ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁ ଜିଲ୍ଲା ପ୍ରଶାସନ ବାଧ୍ୟ ହୋଇ ସେଠାରେ ୧୪୪ ଧାରା ରୁଜୁ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ପାଟଣାଗଡ଼ସ୍ଥିତ ଗଡ଼ଭିତର ପଡ଼ିଆରେ ଚଳିତମାସ ୩୦ ତାରିଖରେ ନୂଆଁଖାଇ ଭେଟଘାଟ ପାଇଁ ବିଜେଡି ପକ୍ଷରୁ ପ୍ରସ୍ତୁତି ଚାଲିଥିଲା। ପାଟଣାଗଡ଼ର ସମ୍ଭାବ୍ୟ ବିଜେଡି ପ୍ରାର୍ଥୀ ଶ୍ରୀମୟୀ ମିଶ୍ରଙ୍କ ନେତୃତ୍ୱରେ ଏହି ଭେଟଘାଟ କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ବଲାଙ୍ଗିର ସାଂସଦ ଶ୍ରୀ ସିଂହଦେଓ ଏହାକୁ ବିରୋଧ କରିଥିଲେ। କାରଣ, ସେହି ଗଡ଼ଭିତର ପଡ଼ିଆରେ ଚଳିତମାସ ୨୮ତାରିଖରେ ନୂଆଁଖାଇ ଭେଟଘାଟ କରିବାକୁ ସେ ସହରରେ ପୋଷ୍ଟରମାନ ଲଗାଇଥିଲେ।

ତେବେ ସେହି ଗଡ଼ଭିତର ପଡ଼ିଆଟି ଦେବୋତ୍ତର କମିଶନରଙ୍କ ଅଧୀନରେ ଥିବାରୁ ପ୍ରଶାସନର ବିନା ଅନୁମତିରେ କାର୍ଯ୍ୟକ୍ରମ କରାଯାଉଥିବାରୁ ଶ୍ରୀମୟୀଙ୍କ ସମର୍ଥିତ ସ୍ଥାନୀୟ ଯୁବକ ସଂଘ ଏହାକୁ ବିରୋଧ କରିଥିଲା। କାରଣ ସେହି ସ୍ଥାନରେ ୩୦ ତାରିଖରେ ଭଲିବଲ ଟୁର୍ଣ୍ଣାମେଣ୍ଟ ପାଇଁ ଯୁବକ ସଂଘ ପ୍ରସ୍ତୁତି କରୁଥିଲା। ଏହି କାରଣରୁ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।

ସ୍ଥାନୀୟ ପ୍ରଶାସନ ଏହି ସୂଚନା ପାଇବା ପରେ ସେହି ଗଡ଼ଭିତର ପଡ଼ିଆରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ଧାରା ଜାରି କରିଛି।ଏହା ସହିତ ଉଭୟ ଗୋଷ୍ଠୀର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସେହି ସ୍ଥାନରେ କରିବା ଉପରେ ମଧ୍ୟ କଟକଣା ଜାରି କରିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପାଟଣାଗଡ଼ରେ ଦଳ ପକ୍ଷରୁ ନୂଆଁଖାଇ ଭେଟଘାଟ ୩୦ତାରିଖରେ ହେବାକୁ ସ୍ଥିର କରାଯାଇଥିଲା।କିନ୍ତୁ ସାଂସଦ ଶ୍ରୀ ସିଂହଦେଓ ନିଜର ରାଜନୀତିକ ପତିଆରା ପ୍ରଦର୍ଶନ ପାଇଁ ଏକତରଫା ଭାବେ ୨୮ତାରିଖରେ ପାଟଣାଗଡ଼ରେ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି କରିଥିଲେ। ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା।



from Odisha Reporter https://ift.tt/2ORory1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages