
ନୂଆଦିଲ୍ଲୀ: ଇତିହାସ ସାକ୍ଷୀ ଅଛି। ନିଜ ପ୍ରେମିକାଙ୍କୁ ପାଇବା ପାଇଁ ପ୍ରେମିକମାନଙ୍କୁ କେତେ କ’ଣ କରିବାକୁ ପଡ଼ିଛି। ଭଲ ପାଇବାର ପ୍ରମାଣ ଦେବାକୁ ଯାଇ କେହି କେହି ଜୀବନକୁ ବାଜି ମଧ୍ୟ ଲଗାଇ ଦିଅନ୍ତି। ଆଉ କେହି ଲାଜରେ ହେଉ ବା ପ୍ରେମିକାଙ୍କୁ ଡରି ହେଉ ନିଜ ଭଲ ପାଇବାକୁ ପରିପ୍ରକାଶ ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ଏବେ ସେହି ଭଲପାଇବାର ଏକ ଭିନ୍ନକାହାଣୀ ସାମ୍ନାକୁ ଆସିଛି।

ଯାହା ଜାଣିଲେ ଆପଣ ଚକିତ ହୋଇପଡ଼ିବେ। ଜଣେ ବ୍ୟକ୍ତି ନିଜ ପ୍ରେମକୁ ଜାହିର କରିବା ପାଇଁ ଗୋଟିଏ ଗାଈର ସାହାରା ନେଇଛନ୍ତି। ଏଥିରେ ଗାଈ ମଧ୍ୟ ତାଙ୍କୁ ସାହଯ୍ୟ କରିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ହେଲେ କ୍ରିସ୍ ଗୋସ୍ପେଲ୍। ଯିଏ ଏକ ନିଆରା ଢ଼ଙ୍ଗରେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ପ୍ରେମ ନିବେଦନ କରିଛନ୍ତି। ଆଉ ଏଥିରେ ସଫଳ ବି ହୋଇଛନ୍ତି।
କ୍ରିସ୍ଙ୍କ ଗାର୍ଲଫ୍ରେଣ୍ଡ୍ ଗୋଟିଏ ଗାଈକୁ ଖୁବ୍ ଭଲ ପାଉଥିଲେ। ଏଥିସହିତ ସେ ସେଇ ଗାଈ ସହ ବହୁତ ସମୟ କାଟିବା କ୍ରିସ୍ ଦେଖିଥିଲେ। ଏକଥା ସେ ଜାଣିବା ପରେ ସେଇ ଗାଈ ଦେହରେ “will you marry me” ଲେଖି ତାଙ୍କୁ ପ୍ରପୋଜ୍ କରିଥିଲେ। ଯାହାକି ତାଙ୍କ ପ୍ରେମିକା ହୃଦୟକୁ ଛୁଇଁପାରିଥିଲା, ଓ ସେ ତାଙ୍କ ପ୍ରସ୍ତାବରେ ହଁ କରିଥିଲେ।
from Odisha Reporter https://ift.tt/2NNW0QU
No comments:
Post a Comment