ତୈଳଡର ବୃଦ୍ଧି: ଯାତ୍ରୀ ନିର୍ଦ୍ଦେଶକ ଦେଲେ ନିଆରା ପ୍ରତିବାଦର ପ୍ରସ୍ତାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ତୈଳଡର ବୃଦ୍ଧି: ଯାତ୍ରୀ ନିର୍ଦ୍ଦେଶକ ଦେଲେ ନିଆରା ପ୍ରତିବାଦର ପ୍ରସ୍ତାବ

mahesh

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ତଥା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। ବେଲଗାମ ତୈଳଦର ବୃଦ୍ଧିର ପ୍ରତିବାଦ ପାଇଁ ଆସନ୍ତା ଅକ୍ଟୋବର ୨ ମହାତ୍ମା ଗାନ୍ଧି ଜୟନ୍ତୀରେ ସମସ୍ତେ ନିଜର ଗାଡ଼ିକୁ ରାସ୍ତାରେ ରଖି ନିଆରା ଢଙ୍ଗରେ ପ୍ରତିବାଦ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଯାତ୍ରା ନିର୍ଦ୍ଦେଶକ ମହେଶ ହାଜରା। ଏନେଇ ସେ ନିଜ ଫେସ୍‌ବୁକ୍‌ ପେଜ୍‌ରେ ମେସେଜ ଲେଖି ଏଥିରେ ଭାଗ ନେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ଦିନକୁ ଦିନ ବଢ଼ିଚାଲିଛି ତେଲ ଦର। ଏହାର ସମାଧାନ ରାସ୍ତା ବାହାର କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଫେଲ୍‌ ମାରିଛନ୍ତି। ବରଂ ପରସ୍ପର ଉପକୁ କାଦୁଅ ଫିଙ୍ଗା ରାଜନୀତି କରୁଛନ୍ତି। ଯାହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ୁଛି। ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିବାରେ ଲାଗିଛି।

ଏହାର ପ୍ରତିବାଦରେ ଅକ୍ଟୋବର ୨ ତାରିଖରେ ରାସ୍ତା ଉପରେ ଗାଡ଼ି ରଖି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବାକୁ ମହେଶ ଅନୁରୋଧ କରିଛନ୍ତି।

ଶ୍ରୀ ହାଜରା ତାଙ୍କ ଫେସ୍‌ବୁକ୍‌ ପେଜରେ ଲେଖିଛନ୍ତି-“ପେଟ୍ରୋଲ୍‌, ଡିଜେଲ୍ ବୃଦ୍ଧି ପ୍ରତିବାଦରେ ଓଡିଶାରେ ପ୍ରଜା ମେଳି ତେଜିବାର ସମୟ ଆସିଛି। ରାଜ ରାସ୍ତାକୁ ଆସି ନେତା ଓ ମନ୍ତ୍ରୀଙ୍କଠାରୁ ଆମ ଭୋଟ୍‌ର ମୂଲ ମାଗିବାକୁ ପଡିବ….।ତେଣୁ ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଦିନ ରାଜରାସ୍ତାକୁ ସାଧାରଣ ଜନତା ଆସି ନିଜର ଖଣ୍ଡେ ଖଣ୍ଡେ ଗାଡି ରାସ୍ତାରେ ଥୋଇ ସରକାରକୁ ଚେତେଇବାକୁ ପଡିବ।”



from Odisha Reporter https://ift.tt/2NpkXGb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages