‘ଅସୁସ୍ଥ’ ବିଜେଡିରେ ବିଭାଜନର ପଦଧ୍ୱନି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

‘ଅସୁସ୍ଥ’ ବିଜେଡିରେ ବିଭାଜନର ପଦଧ୍ୱନି !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସର୍ବବୃହତ୍ ଆଞ୍ଚଳିକ ଦଳ ବିଜେଡିର ସ୍ୱାସ୍ଥ୍ୟ ଅବସ୍ଥା ଏବେ ଠିକ୍ ନାହିଁ। ଉପରକୁ ଠିକଠାକ୍ ଦିଶୁଥିବା ବିଜେଡିରେ ଯେକୌଣସି ମୁହୂର୍ତ୍ତରେ ବିଭାଜନ ହୋଇପାରେ।

କର୍ପୋରେଟ୍ ଶୈଳୀରେ ଦଳର ପରିଚାଳନା ଓ ହାତଗଣତି ତୋଷାମଦକାରୀ ପ୍ରଭାବରେ ଅତିଷ୍ଠ ହୋଇ କିଛି ନେତା ଏବେ ବିଜେଡିରୁ ମୋହ ତୁଟାଇ ଅନ୍ୟ ଦଳର ଯୋଗସୂତ୍ରରେ ରହିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବିଜେଡିର ନେତାମାନେ ଏବେ ୩ଭାଗରେ ବିଭକ୍ତ ହୋଇ ନିଜ ନିଜର ରାଜନୀତିକ ଭବିଷ୍ୟତ ପନ୍ଥା ସ୍ଥିର କରିବାରେ ଲାଗିଛନ୍ତି।

ବିଜେଡିର ଗୋଟିଏ ଅସନ୍ତୁଷ୍ଟ ଗୋଷ୍ଠୀ ଏବେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସିଧାସଳଖ ଯୋଗାଯୋଗରେ ରହିଥିବାବେଳେ ଗୋଟିଏ ଗୋଷ୍ଠୀ ବରିଷ୍ଠ ନେତା ଦିଲ୍ଲୀପ ରାୟ ଓ ବୈଜୟନ୍ତ ପଣ୍ଡାଙ୍କ ସହ ଯୋଗସୂତ୍ରରେ ରହିଥିବା ଜଣାପଡ଼ିଛି। ବିଜେଡିରେ ଅସନ୍ତୁଷ୍ଟ ଥିବା ଗୋଟିଏ ଗୋଷ୍ଠୀର ନେତୃତ୍ୱ ଦଳର ଜଣେ ଉପସଭାପତି ନେଉଥିବାର ସୂଚନା ମିଳିଛି।

ଏହି ବରିଷ୍ଠ ଉପସଭାପତିଙ୍କ ନେତୃତ୍ୱରେ ବିଜେଡିର ପ୍ରାୟ ୧୨ରୁ ୧୫ଜଣ ବିଧାୟକ ଏବେ ବିଜେଡି ଛାଡ଼ିବା ଚକ୍କରରେ ରହିଛନ୍ତି। ସମ୍ଭବତଃ ନିର୍ବାଚନ ସମୟରେ ସେମାନଙ୍କୁ ଟିକେଟ ନମିଳିଲେ କିମ୍ବା ତା’ପୂର୍ବରୁ ସେମାନେ ବିଜେଡିରୁ ଓହରି ଯାଇପାରନ୍ତି।

ବିଜେଡିରେ ଦ୍ୱିତୀୟ କ୍ଷମତାକେନ୍ଦ୍ର ଭାବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଏକଚାଟିଆ ପ୍ରଭାବ ବିସ୍ତାରରେ ଅତିଷ୍ଠ ହୋଇ ଦଳର କିଛି ବିଧାୟକ ଏବେ ଏଭଳି ମେଳି ହେଉଥିବା ଜଣାପଡ଼ିଛି ।ବିଶେଷକରି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ଦେବାଶିଷ ସାମନ୍ତରାୟ, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ସୁଶାନ୍ତ ସିଂହ, ପ୍ରଦୀପ ପାଣିଗ୍ରାହୀ ଓ ସଞ୍ଜୟ ଦାସବର୍ମାଙ୍କ ସହ ଯେଉଁ ଦଳୀୟ ନେତାମାନଙ୍କ ତିକ୍ତ ସମ୍ପର୍କ ରହିଛି ସେମାନେ ଏବେ କିଛିନା କିଛି କାରଣରୁ ନିଜକୁ ଦଳରେ ଅସୁରକ୍ଷିତ ମନେକରୁଛନ୍ତି।

ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ସାକ୍ଷାତ କରିବା ଅନ୍ୟ ନେତାମାନଙ୍କ ପକ୍ଷରେ ସମ୍ଭବପର ହେଉନଥିବା ତଥା ସେମାନଙ୍କୁ ଉପରୋକ୍ତ ନେତାମାନଙ୍କ ମାଧ୍ୟମରେ ସାଂଗଠନିକ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଉଥିବାରୁ ଏହା ସେମାନଙ୍କୁ ବ୍ୟକ୍ତିଗତସ୍ତରରେ ଆଘାତ ଦେଉଛି।

ସେହିପରି ଦ୍ୱିତୀୟ କ୍ଷମତାକେନ୍ଦ୍ର ମଧ୍ୟ ଦଳର ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ଏହି ହାତଗଣତି ନେତାଙ୍କ ଉପରେ ଭରସା କରି ଅନ୍ୟମାନଙ୍କ ପ୍ରଭାବକୁ ଗୌଣ କରିଦେଉଛନ୍ତି।ଏସବୁ କାରଣରୁ ଦଳର ଜଣେ ଉପସଭାପତି ଏବେ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ଏକଜୁଟ କରି ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଓ ବିଜେପି ନେତା ଦିଲ୍ଲୀପ ରାୟଙ୍କ ସହ ଯୋଗସୂତ୍ରରେ ରହିଛନ୍ତି। ଏହି ଦୁଇ ନେତାଙ୍କ ପରବର୍ତ୍ତୀ ରଣନୀତି ଆଧାରରେ ବିଜେଡିର ଏହି ଅସନ୍ତୁଷ୍ଟ ଗୋଷ୍ଠୀ ନିଜର କାର୍ଯ୍ୟପନ୍ଥା ସ୍ଥିର କରିବ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ ଡାକ୍ତର ରାଉତଙ୍କୁ ଦଳରୁ ବହିଷ୍କାର କରାଯିବା ପ୍ରସଙ୍ଗରେ ମଧ୍ୟ ବିଜେଡିରେ ମତଭେଦ ଦେଖାଦେଇଛି। ଦଳର କୌଣସି ଜଣେ ବି ବରିଷ୍ଠ ନେତାଙ୍କ ସହ ଆଲୋଚନା ନକରି ଦାମଙ୍କୁ ବହିଷ୍କାର ପାଇଁ ଦ୍ୱିତୀୟ କ୍ଷମତାକେନ୍ଦ୍ର ନିଷ୍ପତ୍ତି ନେବା ଘଟଣାକୁ କିଛି ନେତା ସହଜରେ ଗ୍ରହଣ କରିନାହାନ୍ତି।

ମାତ୍ର ଦଳ ଏବେ ପ୍ରତିଶୋଧପରାୟଣ ଆଭିମୁଖ୍ୟ ଆପଣାଇଥିବାରୁ ଓ ଆଗକୁ ନିର୍ବାଚନ ଥିବାରୁ ଏହି ନେତାମାନେ ନିରବ ରହିବାକୁ ଉଚିତ୍ ମଣୁଛନ୍ତି। ମାତ୍ର ଦଳର ପରିଚାଳନା ବିରୁଦ୍ଧରେ ଏବେ ସେମାନେ ଏକଜୁଟ ହେଉଥିବାରୁ ଆଗକୁ ବିଜେଡି ରାଜନୀତି ନୂଆ ମୋଡ଼ ନେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଚର୍ଚ୍ଚା

ଧର୍ମେନ୍ଦ୍ରଙ୍କ ଗୁଗଲି

ଅନ୍ୟପକ୍ଷରେ ଅସନ୍ତୁଷ୍ଟ ବିଜେଡି ନେତାମାନଙ୍କ ଏଭଳି ଯୋଗସୂତ୍ର ରଖିଥିବା ଚର୍ଚ୍ଚା ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦେଇଥିବା ବୟାନକୁ ରାଜନୀତିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେଡି ଓ କଂଗ୍ରେସର ବିରୋଧୀ ଶକ୍ତିଙ୍କୁ ବିଜେପି ସମର୍ଥନ କରେ।ଏହି ଦୁଇ ଦଳକୁ କ୍ଷମତା ବାହାରେ ରଖିବା ପାଇଁ ବିଜେପି ସହଯୋଗ କରିବ।ତାଙ୍କର ଏହି ବୟାନ ରାଜ୍ୟରେ ନୂଆ ରାଜନୀତିକ ସମୀକରଣ ଆଡ଼କୁ ମଧ୍ୟ ଇଙ୍ଗିତ କରୁଛି।



from Odisha Reporter https://ift.tt/2DccyRS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages