ଆଉ ଜଣେ ଦୁଷ୍କର୍ମକାରୀ ବାବା ଆଶୁ ମହାରାଜ ଗିରଫ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

ଆଉ ଜଣେ ଦୁଷ୍କର୍ମକାରୀ ବାବା ଆଶୁ ମହାରାଜ ଗିରଫ 

ନୂଆଦିଲ୍ଲୀ: ପୁଣିଜଣେ ଆତ୍ମଘୋଷିତ ଭଣ୍ଡ ତଥା ଦୁଷ୍କର୍ମକାରୀ ବାବାଙ୍କୁ ଆଜି ପୁଲିସ୍‌ ଗିରଫ କରିଛି। ସେ ଆଶୁ ମହାରାଜ ନାଁରେ ପରିଚିତ ଥିବା ବେଳେ ତାଙ୍କ ପ୍ରକୃତ ନାଁ ହେଉଛି ଆସିଫ୍‌ ଖାନ୍‌। ସେ ଦିଲ୍ଲୀ ସ୍ଥିତ ତାଙ୍କ ଆଶ୍ରମରେ ଜଣେ ବୟସ୍କା ମହିଳା ଶ୍ରଦ୍ଧାଳୁ ଏବଂ ତାଙ୍କ ନାବାଳିକା ଝିଅକୁ ଆର୍ଶୀବାଦ ଦେବା ନାଁରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
 
ଆଶୁ ମହାରାଜଙ୍କ ପୁଅ ସମର ଖାନ୍‌ ମଧ୍ୟ ବାପାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବାପା ଦୁଷ୍କର୍ମ କରିଥିବା ମହିଳାଙ୍କୁ ସେ ମଧ୍ୟ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ଦିଲ୍ଲୀ କ୍ରାଇମ୍‌ ବ୍ରାଞ୍ଚ ସମରଙ୍କୁ ମଧ୍ୟ ଅଟକ ରଖିଥିବା  ଅତିରିକ୍ତ କମିଶନର(କ୍ରାଇମ୍‌) ରାଜୀବ ରଞ୍ଜନ କହିଛନ୍ତି।
 
ଆଶୁ ମହାରାଜ ମହିଳା ଓ ତାଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ବେଳେ  ମହାରାଜଙ୍କ ପୁଅ ଓ ତାଙ୍କ ସାଙ୍ଗମାନେ ମଧ୍ୟ ଉକ୍ତମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ।
 
ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି,“ବାବା, ତାଙ୍କ ପୁଅ ଓ ପୁଅର ସାଙ୍ଗମାନେ ତାଙ୍କୁ ଦୀର୍ଘ ବର୍ଷ ହେଲା ଦୁଷ୍କର୍ମ କରି ଆସୁଥିଲେ। ଖାଲି ସେତିକି ନୁହେଁ, ମହିଳାଙ୍କ ନାବାଳିକା ଝିଅଙ୍କୁ ମଧ୍ୟ ଆଶୁ ମହାରାଜ ଘରକୁ ଡାକି ଏକାଧିକ ଥର ଦୁଷ୍କର୍ମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।
 
ମହିଳା ଜଣଙ୍କ କହିଛନ୍ତି, “ତାଙ୍କ ନାବାଳିକା ଝିଅର ପାଦରେ ଆଘାତ ଲାଗିଥିଲା। ଏହାକୁ ଭଲ କରିଦେବା ଆଳରେ ଆଶୁ ମହାରାଜ ଝିଅଟିକୁ ଉଲଗ୍ନ କରି ମାଲିସ୍‌ କରୁଥିଲେ। ଗୋଟିଏ ଦିନ ପାଦର ଦରଜ ପୂରା ଭଲ କରିଦେବାକୁ କହି ଝିଅଟିକୁ ଆଶୁ ମହାରାଜ ଆଶ୍ରମକୁ ଡାକିଥିଲେ ଓ ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ।”
 
ପୁଲିସ କହିଛି,“ଜଣେ ମହିଳା ଆଶୁ ମହାରାଜ୍‌ଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ବାବା ତାଙ୍କୁ ଓ ତାଙ୍କ ଝିଅକୁ ଦୁଷ୍କର୍ମ କରିଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ବାବାଙ୍କ ପୁଅ ଓ ତା’ର ସାଙ୍ଗମାନେ ମଧ୍ୟ ତାଙ୍କୁ ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି।”
 
ଗତ ସପ୍ତାହରେ ହୌଜଖାସ୍‌ ଥାନାରେ ଏନେଇ ଏକ ମାମଲା ରୁଜୁ କରିଥିଲା।
 
ଏହା ପୂର୍ବରୁ ହରିୟାଣାର ଟୋହନା ଅଞ୍ଚଳରେ ଅମରପୁରୀ ନାମକ ଜଣେ ବାବା ୯୦ରୁ ଅଧିକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ସେ ଦୁଷ୍କର୍ମ ବେଳର ଭିଡିଓ କରୁଥିଲା ଓ ଏହାକୁ ଦେଖାଇ ସେମାନଙ୍କୁ ବ୍ଲାକ୍‌ମେଲ୍ କରୁଥିଲା।


from Odisha Reporter https://ift.tt/2Olr1vT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages