
ଭୁବନେଶ୍ୱର(ଓଡ଼ିଶା ରପୋର୍ଟର): ଅରିନ୍ଦମ୍ ଏଇଲେ ଭାରି ଖୁସି। ରିଲିଜ୍ ହୋଇଛି ତାଙ୍କ ଅଭିନୀତ ଫିଲ୍ମ “ଇସ୍କ ପୁଣି ଥରେ”। ଆଉ ଏହି ଫିଲ୍ମକୁ ମିଳିଥିବା ଦର୍ଶକୀୟ ଆଦୃତି ପାଇଁ ଅରିନ୍ଦମ୍ ସମସ୍ତ ଅଡିଏନ୍ସଙ୍କ ପାଖରେ ଋଣି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
ଆଜି ଓଡ଼ିଶା ରିପୋର୍ଟର ଟିମ୍ ତାଙ୍କୁ ଭେଟିବା ପରେ ଏହି ଫିଲ୍ମ ସମ୍ପର୍କରେ ସେ ନିଜ ଅଭିଜ୍ଞତା ବାଣ୍ଟିଥିଲେ। ଓଡ଼ିଆ ଦର୍ଶକ ବହୁତ ଦିନ ପରେ “ବିରିୟାନୀ ମାର୍କା” ଫିଲ୍ମଟିଏ ଦେଖିବାକୁ ପାଇଛନ୍ତି ବୋଲି କୁହନ୍ତି ଅରିନ୍ଦମ। ରତ୍ନା ବ୍ୟାନର୍ସ ଓ ତରଙ୍ଗ ସିନେ ପ୍ରଡକ୍ସନ ଓଡ଼ିଆ ରସିକ ଦର୍ଶକଙ୍କୁ ଏମିତି ଫିଲ୍ମ ପରସି ଦେଇଛି, ଯେଉଁଥିପାଇଁ ସେ ବହୁତ ଖୁସି ବୋଲି କହିଛନ୍ତି।

ଫିଲ୍ମ ବାବଦରେ ପଚାରିବାରୁ କୁହନ୍ତି- “କାଲି ହଲ୍ରୁ ଫେରିବା ପରେ ଆମକୁ ଏମିତି ରେସ୍ପନ୍ସ ମିଳିବ ସେ କଥା ମୁଁ ଆଶା କରି ନ ଥିଲି। ଏହା ନିଶ୍ଚିତ ଭାବେ ଏକ ଭିନ୍ନ ଧରଣର ଫଲ୍ମ। ଲଭ୍, ରୋମାନ୍ସ ଆଉ ଭାରପୁର ଟ୍ୱିଷ୍ଟର ସମାହାର ଏହି ଚଳଚ୍ଚିତ୍ର ସବୁ ବର୍ଗର ଦର୍ଶକଙ୍କୁ ଛୁଇଁବ ବୋଲି ମୋର ଆଶା।”
from Odisha Reporter https://ift.tt/2OnOkVF
No comments:
Post a Comment