ରାଜୀବ ଗାନ୍ଧି ହତ୍ୟା ମାମଲା: ଦୋଷୀଙ୍କୁ ମୁକ୍ତି ନେଇ ତାମିଲନାଡୁ କ୍ୟାବିନେଟର ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

ରାଜୀବ ଗାନ୍ଧି ହତ୍ୟା ମାମଲା: ଦୋଷୀଙ୍କୁ ମୁକ୍ତି ନେଇ ତାମିଲନାଡୁ କ୍ୟାବିନେଟର ବୈଠକ

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ କାରାଦଣ୍ଡ ଭୋଗୁଥିବା ଦୋଷୀମାନଙ୍କୁ ମୁକ୍ତ କରାଯିବ କି ନାହଁ ସେ ନେଇ ନିଷ୍ପତ୍ତି ନିଆଯିବ।  ଏନେଇ ତାମିଲନାଡୁ କ୍ୟାବିନେଟର ବୈଠକ ଚାଲିଛି । ହତ୍ୟା ଅଭିଯୋଗରେ ୭ଜଣ ୨୭ବର୍ଷ ହେଲା ଜେଲ ଦଣ୍ଡ ଭୋଗୁଥିବା ବେଳେ ଏବେ ସେମାନଙ୍କ ମୁକ୍ତି ନେଇ ରାସ୍ତା ଫିଟିଥିବା ଆଲୋଚନା ହେଉଛି।  ପୂର୍ବରୁ ଦୋଷୀମାନଙ୍କ ଆଗୁଆ ମୁକ୍ତି ନେଇ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆପତ୍ତି କରିବେ ନାହିଁ ବୋଲି ଜଣାଇ ଦେଇଛନ୍ତି।

ରାଜ୍ୟ ମନ୍ତ୍ରୀ ଡି.ଜୟକୁମାର କହିଛନ୍ତି ଯେ, ସାଧାରଣ ଲୋକେ ଉକ୍ତ ଦୋଷୀମାନଙ୍କ ମୁକ୍ତି ସପକ୍ଷରେ ଥିବାରୁ ଏଭଳି ନିଷ୍ପତ୍ତି ନେବାକୁ ଯୋଜନା କରାଯାଇଛି। କ୍ୟାବିନେଟ୍‌ର ସୁପାରିସ୍‌ ତୁରନ୍ତ ରାଜ୍ୟପାଳଙ୍କୁ ପ୍ରେରଣ କରାଯିବ ବୋଲି ସେ କହିଛନ୍ତି।

ସୂଚନା ଯୋଗ୍ୟ, ୧୯୯୧ ମସିହା ୨୧ ମେ’ ମାସରେ ଏଲ୍‌ଟିଟିଇର ଧନୁ ନାମ୍ନି ମହିଳା ବମ୍ବରଙ୍କ ଦ୍ୱରା ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ଏହା ପରେ ଷଡଯନ୍ତ ରଚିଥିବା ଆଳରେ ଏଲ୍‌ଟିଟିଈର କିଛି ସଦସ୍ୟଙଙ୍କୁ ବନ୍ଧକ ରଖା ଯାଇଥିଲା। ଏହି ଅଭିଯୁକ୍ତମାନେ ହେଉଛନ୍ତି ପେରରିବଲନ, ମୁରୁଗନ୍‌, ସନ୍ତୋମ୍‌, ନଳୀନି ଶ୍ରୀହରନ୍‌, ରବର୍ଟ ପାୟସ୍‌, ଜୟକୁମାର ଏବଂ ରବିଚନ୍ଦ୍ରନ।

ଏ ସମସ୍ତ ଅଭିଯୁକ୍ତ ଦୀର୍ଘ ୨୭ ବର୍ଷ ହେଲା ବନ୍ଦୀ ଜୀବନ ଅତିବାହିତ କରୁଥିବାରୁ ଏବେ ସେମାନଙ୍କୁ ମୁକ୍ତି ପାଇଁ ଦାବି ହେଉଛି।



from Odisha Reporter https://ift.tt/2NsixWy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages