
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଧୁନିକ ଜୀବନଶୈଳୀରେ ରୁମାଲ୍ ଏକ ନିତିଦିନିଆ ଆବଶ୍ୟକ ସାମଗ୍ରୀ। ପ୍ରାୟ ସମସ୍ତେ ରୁମାଲ୍ ବ୍ୟବହାର କରନ୍ତି, କେହି କେହି ସଉକ୍ରେ ବି ଏହାକୁ ପାଖରେ ରଖନ୍ତି। ତେବେ ଭିନ୍ନ ଭିନ୍ନ ରାଶିର ବ୍ୟକ୍ତିଙ୍କ ପାଇଁ ନିର୍ଦ୍ଦିଷ୍ଟ ରଙ୍ଗର ରୁମାଲ୍ ବ୍ୟବହାର କରିବାକୁ ଜ୍ୟୋତିଷ ଶାସ୍ତ୍ରରେ ପରାମର୍ଶ ଦିଆଯାଇଛି।
ଏବେ ଆସନ୍ତୁ ଜାଣିବା, କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ କେଉଁ ରଙ୍ଗର ରୁମାଲ୍ ଶୁଭ୍।
ମେଷ: ଏହି ରାଶିର ଲୋକଙ୍କ ପାଇଁ ଲାଲ୍ କିମ୍ବା ମେରୁନ୍ ରଙ୍ଗର ରୁମାଲ୍ ବ୍ୟବହାର କରିବା ଶୁଭ।
ବୃଷ: ଏହି ରାଶିର ବ୍ୟକ୍ତି ଧଳାରଙ୍ଗର ରୁମାଲ୍ ବ୍ୟବହାର କଲେ, ଶୁଭ ଫଳ ମିଳିଥାଏ।
ମିଥୁନ: ମିଥୁନ ରାଶିର ବ୍ୟକ୍ତି ସବୁଜ ଓ କଳା ରଙ୍ଗର ରୁମାଲ୍ ବ୍ୟବହାର କରିବା ଭଲ।
କର୍କଟ: ଏହି ରାଶିର ଲୋକଙ୍କ ପାଇଁ ଧଳା ଓ କ୍ରିମ୍ ରଙ୍ଗର ରୁମାଲ୍ ବ୍ୟବହାର କରିବା ଶୁଭଦାୟକ।
ସିଂହ: ସିଂହ ରାଶିର ବ୍ୟକ୍ତି ଲାଲ୍ କିମ୍ବା ଚକୋଲେଟ୍ ରଙ୍ଗର ରୁମାଲ୍ ବ୍ୟବହାର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ପରାମର୍ଶ ଦିଆଯାଇଛି।
କନ୍ୟା: ଏହି ରାଶିର ଲୋକେ ହଳଦିଆ ଓ କଳା ରଙ୍ଗର ରୁମାଲ୍ ବ୍ୟବହାର କଲେ, ଶୁଭ ଫଳ ପାଇଥା’ନ୍ତି।
ତୁଳା: ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଧଳା ରଙ୍ଗର ରୁମାଲ୍ ଶୁଭ।
ବୁଚ୍ଛା: ଏହି ରାଶିର ଲୋକେ ଲାଲ୍ ଓ ଚକୋଲେଟ୍ ରଙ୍ଗର ରୁମାଲ ବ୍ୟବହାର କରିବା ଉଚିତ୍।
ଧନୁ: ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ହଳଦିଆ କିମ୍ବା ଧଳା ରଙ୍ଗର ରୁମାଲ୍ ଶୁଭ ହୋଇଥାଏ।
ମକର: ଏହି ରାଶିର ଲୋକମାନେ କଳା ଓ ସବୁଜ ରଙ୍ଗର ରୁମାଲ ବ୍ୟବହାର କରିବା ଉଚିତ୍।
କୁମ୍ଭ: କୁମ୍ଭ ରାଶିର ଲୋକଙ୍କ ପାଇଁ ନୀଳ ରଙ୍ଗର ରୁମାଲ୍ ଶୁଭଦାୟକ ହୋଇଥାଏ।
ମୀନ: ମୀନ ରାଶିର ବ୍ୟକ୍ତି ହଳଦିଆ ଓ ଧଳା ରଙ୍ଗର ରୁମାଲ୍ ବ୍ୟବହାର କରିବା ଉଚିତ୍।
from Odisha Reporter https://ift.tt/2CBcKtn
No comments:
Post a Comment