ବଢ଼ିଲା ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ପାରିଶ୍ରମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ବଢ଼ିଲା ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ପାରିଶ୍ରମିକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ସମସ୍ତ ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ପାରିଶ୍ରମିକ ଆଶାତୀତ ବୃଦ୍ଧି କରିଛନ୍ତି। ଆଜି ଆଶା, ଅଙ୍ଗନୱାଡି ଓ ଏଏନ୍‌ଏମ୍‌ କର୍ମୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥାବାର୍ତ୍ତା କରୁଥିବା ବେଳେ ମୋଦି ଏହି ଘୋଷଣା କରିଛନ୍ତି।

ଘୋଷଣା ଅନୁଯାୟୀ ଯେଉଁ ଅଙ୍ଗନୱାଡି କର୍ମୀମାନେ ଏବେ ୩ହଜାର ଟଙ୍କା ପାଉଥିଲେ, ଆସନ୍ତା ମାସଠାରୁ ସେମାନେ ୪ହଜାର ଟଙ୍କା ପାଇବେ। ସେହିପରି ଯେଉଁମାନେ ୨୨ଶହ ଟଙ୍କା ପାଉଥିଲେ, ସେମାନେ ୩୫ଶହ ଟଙ୍କା ପାଇବେ। ଅଙ୍ଗନୱାଡି ହେଲପର୍‌ଙ୍କ ପାରିତୋଷିକ ମଧ୍ୟ ୧୫ ଶହ ଟଙ୍କାରୁ ୨୨୫୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଶ୍ରୀ ମୋଦି କହିଛନ୍ତି, ଅଙ୍ଗନୱାଡି କର୍ମୀ ଓ ହେଲପର୍‌ମାନେ କମନ୍‌ ଆପ୍ଲିକେସନ୍‌ ସଫ୍ଟୱେରା(ଆଇସିଡିଏସ୍‌-ସିଏଏସ୍‌) ବ୍ୟବହାର କଲେ ଅତିରିକ୍ତ ପ୍ରୋତ୍ସାହନ ରାଶି ପାଇପାରିବେ। ଏହି ପ୍ରୋତ୍ସାହନ ରାଶି କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ଅନୁସାରେ ପ୍ରଦାନ କରାଯିବ। ଏହା ୨୫୦ରୁ ୫୦୦ ଟଙ୍କା ଯାଏ ରହିବ।

ସେହିପରି ଆଶା କର୍ମୀ ଏବଂ ସେମାନଙ୍କ ହେଲପର୍‌ଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ମାଗଣା ବୀମା ଯୋଗାଇ ଦିଆଯିବ। ଆଶାକର୍ମୀଙ୍କ ପାରିତୋଷିକ ମଧ୍ୟ ୨ ଗୁଣା ବୃଦ୍ଧି କରାଯିବ ବୋଲି ଶ୍ରୀ ମୋଦି ଘୋଷଣା କରିଛନ୍ତି।



from Odisha Reporter https://ift.tt/2CGmCSY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages