
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଶ୍ କିଛି ଦିନ ହେବ ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ଗୋଟିଏ ପରେ ଗୋଟିଏ ବାଣ ମାରି ଚାଲିଛନ୍ତି। ଦାମଙ୍କ ବାଣରେ ବିଜେଡି ମଧ୍ୟ ଘାଇଲା ହୋଇଛି। ଖବର ଆସୁଛି ତାଙ୍କୁ ଦଳ ବିଦା କରିବାକୁ ଯୋଜନା କରୁଛି। ଏହା ସତ୍ତ୍ୱେ ଦବିଯାଇ ନାହାନ୍ତି ଦାମ ବାବୁ।
ଦଳୀୟ ପ୍ରସଙ୍ଗରେ ଆଜି ସେ ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି।
କହିଛନ୍ତି,“ବିଜେଡି ଏବେ ଜଣେ ଅଫିସର ଓ ୩ ଜଣ ବିଧାୟକ- ଦେବାଶିଷ ସାମନ୍ତରାୟ, ଅରୁଣ ସାହୁ ଓ ପ୍ରଣବ (ପ୍ରକାଶ) ଦାସଙ୍କ ଦ୍ୱାରା ଦଳ ଚାଲିଛି। ମୁଁ ସେ ଦଳରେ ଆଉ ନାହିଁ।”
ଦାମ ଅତ୍ୟନ୍ତ କ୍ଷୋଭର ସହିତ କହିଛନ୍ତି,“ମୋ ଅଜାଣତରେ ମୋତେ ମନ୍ତ୍ରୀ ପଦରୁ କାଢ଼ି ଦେଲେ। ଦଳୀୟ ଉପସଭାପତି ଓ ପର୍ଯ୍ୟବେକ୍ଷକ ପଦରୁ ବି ବାହାର କଲେ। ମୋ ପାଖରେ ଆଉ କ’ଣ ଅଛି, କି ମୋତେ ବାହାର କରିବେ?”
ସେ ଆହୁରି କହିଛନ୍ତି,“ଦଳର ସଭାପତି ସବୁ ଜାଣିଛନ୍ତି। ସେ ଯାହା ନିଷ୍ପତ୍ତି ନେବେ। ମୁଁ ଯେପର୍ଯ୍ୟନ୍ତ ବିଧାୟକ ଅଛି, ସେ ପର୍ଯ୍ୟନ୍ତ ମୁଁ ବିଜୁ ଜନତା ଦଳର ବିଧାୟକ ଭାବେ ରହିବି। ଯେଉଁ ଦିନ ବିଜୁ ଶବ୍ଦ କଟିଯିବ, ସେଦିନ ମୁଁ ଆଉ ନ ଥିବି।”
ବିଷ୍ଣୁ ଦାସ, ପ୍ରଶାନ୍ତ ମୁଦୁଲିଙ୍କ ଉପରେ ବି ମନଇଛା ବର୍ଷିଛନ୍ତି ଦାମ ବାବୁ।
ସେ କହିଛନ୍ତି,“ରାଜ୍ୟ ସରକାର ପ୍ରତିବର୍ଷ ଜଗତସିଂହପୁର ଜିଲ୍ଲାକୁ କୋଟିଏ ୧୪ ଲକ୍ଷ ଟଙ୍କାର ଗୋଟିଏ ‘କ୍ରିଟିକାଲ ଫଣ୍ଡ’ ଦିଅନ୍ତି। ଜଗତସିଂହପୁରରେ ୪ଟି ନିର୍ବାଚନ ମଣ୍ଡଳୀ ଅଛି। ଚେୟାରମ୍ୟାନ ପ୍ରଶାନ୍ତ ମୁଦୁଲି ତିନିବର୍ଷ ହେଲା ମୋ ନିର୍ବାଚନ ମଣ୍ଡଳୀକୁ ଗୋଟିଏ ନୂଆପଇସା କି ଟଙ୍କା ଦେଇ ନାହାନ୍ତି।”
ଦାମ କହିଛନ୍ତି,“ବିଷ୍ଣୁ ଚରଣ ଦାସ ବିଧାୟକ ହୋଇପାରି ନାହାନ୍ତି। ରାଜ୍ୟସଭାକୁ କେଇ ଦିନ ଯାଇଥିଲେ,ସେଠି କ’ଣ ପଡ଼ିଗଲେ,ରକ୍ତ ବାହାରିଲା। ସେଇଠୁ ପଳାଇ ଆସିଲେ। ତାଙ୍କୁ ପ୍ଲାନିଂବୋର୍ଡର ଚେୟାରମ୍ୟାନ କରାଯାଇଛି। ଓଡ଼ିଶା ପ୍ଲାନିଂ ବୋର୍ଡର ଆନୁଆଲ ପ୍ଲାନ୍ କେତେ ସେ କହିପାରିବେ କି ନାହିଁ ମୁଁ ଜାଣି ନାହିଁ।”
from Odisha Reporter https://ift.tt/2x0rsnS
No comments:
Post a Comment