
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇଟେକ୍ ମାଲିକଙ୍କ ନାଁରେ ପୁଣି ଆସିଛି ଠକେଇ ଅଭିଯୋଗ। ରାଜଧାନୀର ସୁନ୍ଦରପଦା ନିକଟରେ ଘର ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ ବି କିଛି ଲୋକଙ୍କୁ ଘର ମିଳି ନଥିବା ଅଭିଯୋଗ ହୋଇଛି।
ଶତାଧିକ ଲୋକ ଏପରି ଅଭିଯୋଗ ହାଇଟେକ ଇଷ୍ଟେଟ୍ ଆଣ୍ଡ ପ୍ରମୋଟର୍ସ ପ୍ରାଇଭେଟ ଲିମିଟେଡ ବିରୋଧରେ ଆଣିଛନ୍ତି।
ଯେଉଁ ଲୋକଙ୍କୁ ଘର ମିଳିଛି, ସେମାନଙ୍କୁ ବିଦ୍ୟୁତ୍ ସଂଯୋଗ, ସ୍ୱେରେଜ କିମ୍ବା ପାନୀୟ ଜଳର ସୁବିଧା ମିଳି ନଥିବା, ୨୦୧୦ରୁ ବୁକିଂ କରିଥିଲେ ବି ଏପର୍ଯ୍ୟନ୍ତ ହାଇଟେକ୍ ଗୃହ ହସ୍ତାନ୍ତର କରୁ ନଥିବା ଆଦି ଅଭିଯୋଗ ହୋଇଛି।
ଉଭୟ ତିରୁପତି ପାଣିଗ୍ରାହୀ ଏବଂ ମଧୁ ପାଣିଙ୍କ ଗିରଫ ଦାବି କରିଛନ୍ତି ଲୋକେ।
ଅଭିଯୋଗ ନେଇ ହାଇଟେକ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
from Odisha Reporter https://ift.tt/2MXnIJB
No comments:
Post a Comment