
ବାଲିଗୁଡ଼ା (ଅଜିତ ନାୟକ):ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ପରେ ଅଶାନ୍ତ ହୋଇପଡ଼ିଛି କନ୍ଧମାଳ ଜିଲ୍ଲା କୋଟଗଡ଼। ଗତ ରାତିରୁ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଅଭିଯୁକ୍ତକୁ ଫାଶୀ, ପୀଡ଼ିତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ସ୍ଥାନୀୟ ଅଞ୍ଚଳରେ ମଦ ଦୋକାନ ବନ୍ଦ ଦାବିରେ ଏହି ରାସ୍ତାରୋକ ଚଳାଇଛନ୍ତି ସ୍ଥାନୀୟ ଲୋକେ।
ଫଳରେ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି।
ସୂଚନାଯୋଗ୍ୟ ଯେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ପୁଲିସ୍ ଗଗନ ପ୍ରଧାନ ନାମକ ଜଣେ ଯୁବକକୁ ଗିରଫ କରିଛି।
ଗତକାଲି ସ୍କୁଲରୁ ଫେରି ନାବାଳିକା ଜଣଙ୍କ ଶୌଚ ପାଇଁ ଯାଇ ଆଉ ଘରକୁ ଫେରିନଥିଲା। ପରିବାର ଲୋକେ ଆଖପାଖରେ ଖୋଜାଖୋଜି କରି ନିରାଶ ହେବା ପରେ ଥାନାରେ ଝିଅ ନିଖୋଜ ହୋଇଥିବା ନେଇ ଅଭିଯୋଗ କରିଥିଲେ। ପରେ ନିକଟସ୍ଥ ଜଙ୍ଗଲରୁ ନାବାଳିକାର ମୃତଦେହ ମିଳିଥିଲା।
from Odisha Reporter https://ift.tt/2xxe6k8
No comments:
Post a Comment