କୁକୁର ଆଉ ମଶା ଲାଲୁଙ୍କ ନିଦ ହଜେଇଦେଲେ ବୋଲି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

କୁକୁର ଆଉ ମଶା ଲାଲୁଙ୍କ ନିଦ ହଜେଇଦେଲେ ବୋଲି…

ରାଞ୍ଚି: କୁକୁର ଓ ମଶାଙ୍କ ଦାଉରୁ ଶେଷରେ ରକ୍ଷା ପାଇଛନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ଦଣ୍ଡ ପାଇଥିବା ଲାଲୁ ଏବେ ରାଞ୍ଚି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ(ରିମ୍ସ୍‌)ରେ ଚିକିତ୍ସିତ ହେଉଛନ୍ତି।
 
ତେବେ ଲାଲୁ ଚିକିତ୍ସିତ ହେଉଥିବା ୱାର୍ଡ ବାହାରେ କୁକୁର ଜୋରରେ ଭୁକୁଥିବା ଓ ମଶା କାମୁଡ଼ୁ ଥିବା ନେଇ ବାରମ୍ବାର ଅଭିଯୋଗ କରୁଥିଲେ। ଶେଷରେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଏକ ଏସି କ୍ୟାବିନକୁ ସ୍ଥାନାନ୍ତର କରିଛନ୍ତି। ଏହି ନୂଆ କ୍ୟାବିନ ବାବଦକୁ ଲାଲୁଙ୍କୁ ଦୈନିକ ୧ ହଜାର ଟଙ୍କା ଭଡ଼ା ଦେବାକୁ ପଡ଼ିବ।
 
ଅଗଷ୍ଟ ୩୦ରେ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କରିଥିବା ଲାଲୁଙ୍କୁ ଛାତିରେ ଯନ୍ତ୍ରଣା ପାଇଁ ରିମ୍ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କୁ ସାଧାରଣ ୱାର୍ଡରେ ରଖାଯାଇଥିବାରୁ ଏନେଇ ସେ ବାରମ୍ବାର ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରି ଆସୁଥିଲେ। 
 
ଏପରି କି ସେ ଚିଠି ଲେଖି କୁକର ଓ ମଶାମାନେ କେମିତି ତାଙ୍କ ନିଦ ହଜେଇ ଦେଇଛନ୍ତି, ସେକଥା ମଧ୍ୟ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହାପରେ ସେ ହସ୍ପିଟାଲ୍‌ରେ ଥିବା ସୁପର ସ୍ପେଶାଲିଷ୍ଟ ବ୍ଲକକୁ ଯିବାକୁ ଚାହିଁଥିଲେ। 
 
ଲାଲୁଙ୍କ ଏହି ଚିଠିକୁ ହସ୍ପିଟାଲ୍‌ ପକ୍ଷରୁ ବିର୍ସା ମୁଣ୍ଡା କେନ୍ଦ୍ରୀୟ ଜେଲ୍‌ର ମୁଖ୍ୟଙ୍କୁ ପଠାଯାଇଥିଲା। ଜେଲ୍‌ କର୍ତ୍ତୃପକ୍ଷଙ୍କ ଅନୁମତି ପରେ ଲାଲୁଙ୍କୁ ପେଇଙ୍ଗ୍‌ ୱାର୍ଡକୁ ସ୍ଥାନାନ୍ତର କରାଯାଛି। 


from Odisha Reporter https://ift.tt/2M6xl8y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages