ଜାତୀୟ ପୁରସ୍କାର ପ୍ରାପ୍ତ କୋରାପୁଟ ଜିଲ୍ଲାର ଶିକ୍ଷକଙ୍କୁ ସମ୍ୱର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ଜାତୀୟ ପୁରସ୍କାର ପ୍ରାପ୍ତ କୋରାପୁଟ ଜିଲ୍ଲାର ଶିକ୍ଷକଙ୍କୁ ସମ୍ୱର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ

union-minister-dharmendra-pradhan-felicitates-national-award-winning-teacher
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଓମ୍‌ ପ୍ରକାଶ ମିଶ୍ର ସବୁ ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ। ଆମ ସମସ୍ତଙ୍କ ପାଇଁ ସେ ଗୌରବ ଆଣିଛନ୍ତି। ପ୍ରାଥମିକ ଶିକ୍ଷାର କିପରି ବିକାଶ ହୋଇପାରିବ, ତାହାର ବ୍ଲୁ ପ୍ରିଣ୍ଟ୍‌ ତାଙ୍କ ପାଖରେ ରହିଛି। ଶ୍ରୀ ମିଶ୍ର ଓ ତାଙ୍କ ସହଧର୍ମିଣୀଙ୍କ ସହ ଆଲୋଚନା ସମୟରେ ତାଙ୍କ ବ୍ୟକ୍ତିତ୍ୱର ଗଭୀରତା ଜାଣିବାକୁ ପାଇଲି” ବୋଲି ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। 
 
ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କ ସରକାରୀ ବାସଭବନରେ ଶ୍ରୀ ମିଶ୍ରଙ୍କୁ ସମ୍ୱର୍ଦ୍ଧିତ କରିବା ପରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ।
 
ନକ୍ସଲପ୍ରବଣ କୋରାପୁଟ ଜିଲ୍ଲାର ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ହେଉଛନ୍ତି ଓମ୍‌ ପ୍ରକାଶ ମିଶ୍ର। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଗୁରୁଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଶିକ୍ଷକ ଶ୍ରୀ ମିଶ୍ରଙ୍କୁ ଉପରାଷ୍ଟ୍ରପତି ଏମ୍‌ ଭେଙ୍କିୟା ନାଇଡୁ ପୁରସ୍କୃତ କରିଥିଲେ।
 
ଶିକ୍ଷାଦାନ ପାଇଁ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀ ମିଶ୍ର କୋରାପୁଟରେ ଘରେ ଘରେ ପରିଚିତ। ବିଶେଷ କରି ଜନଜାତି ବହୁଳ ଓ ଅପହଞ୍ଚ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ନୂଆଜ୍ଞାନ କୌଶଳ ମାଧ୍ୟମରେ ଶିକ୍ଷାଦାନ କରିବାରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି।


from Odisha Reporter https://ift.tt/2MVDQ3e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages