
ନୂଆଦିଲ୍ଲୀ: ବିବାଦରେ ଆମେରିକୀୟ ଫୁଟବଲ ତାରକା କଲିନ୍ କାପେରିନିକ୍। କଲିନ୍ଙ୍କୁ ସ୍ପୋର୍ଟସ ୱେର କମ୍ପାନୀ ନାଇକ୍ ପକ୍ଷରୁ ବ୍ରାଣ୍ଡଅମ୍ବାସାଡ କରାଯିବା ନେଇ ଆମେରିକାରେ ଝଡ଼ ସୃଷ୍ଟି ହୋଇଛି ।
ଏହି କମ୍ପାନୀ ପାଇଁ କଲିନ୍ ବିଜ୍ଞାପନ କରିଥିବା ବେଳେ ଏହାକୁ ନେଇ ଆମେରିକାରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି। ଆମେରିକାର କେତେକ ସ୍ଥାନରେ ନାଇକ୍ ପ୍ରଡକ୍ଟ ତଥା ଜୋତା ଓ କପଡ଼ାକୁ ଲୋକେ ପୋଡ଼ାଜଳା କରିଛନ୍ତି। ଏହି ଅଭିଜାନର ନା ରହିଛି #JustBernet.। ସେହିପରି ଟ୍ୱିଟରରେ #BoycottNike ନାମରେ ଭାଇରାଲ କରାଯାଉଛି। ଏମିତିକି ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ଫ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସେ କହିଛନ୍ତି ଯେ, ଆମେରିକାର ସ୍ୱାଧୀନତା ଅଛି ବୋଲି ଯିଏ ଯାହା ଚାହିଁବ କରୁଛନ୍ତି। କିନ୍ତୁ ତାହା ଅନ୍ୟ ରାଷ୍ଟ୍ରରେ ସେତେ ସହଜ ନୁହଁ। ଏଠାରେ ସୂଚନା ଯୋଗ୍ୟ ଯେ, କଲିନ୍ ଆମେରିକାର ମୂଳ ଅଧିବାସୀ ହୋଇଥିବା ବେଳେ ପୋଲିସ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।
ଆମେରିକାରେ ଏବେ ବି ବର୍ଣ୍ଣବୈଶମ୍ୟକୁ ନେଇ ବିଭେଦ ରହିବା ଏବଂ ପୋଲିସ କଳାଲୋକମାନଙ୍କୁ ଆକ୍ରମଣ କରୁଥିବାରୁ ଏହାକୁ ବିରୋଧ କରିଥିଲେ କଲିନ। ୨୦୧୬ରେ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆମେରିକାର ଜାତୀୟ ସଙ୍ଗୀତ ଗାନ ହେଉଥିବା ବେଳେ କଲିନ ସମ୍ମାନ ଜଣାଇ ନଥିଲେ। ସେଠାରେ ସମସ୍ତେ ଠିଆ ହୋଇ ସମ୍ମାନ ଜଣାଇଥିଲା ବେଳେ କଲିନ୍ ବସିରହିଥିଲେ।
ଏହାକୁ ନେଇ କଲିନଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଅସେନ୍ତୋଷ ରହି ଆସିଥିଲା। ଏବେ ନାଇକ୍ କମ୍ପାନୀ ପକ୍ଷରୁ ତାଙ୍କୁ ବ୍ରାଣ୍ଡଅମ୍ବାସାଡର କରାଯିବା ପରେ ଦେଶ ବ୍ୟାପି ବିରୋଧ ଉଠିଛି। ତେବେ କଲିନଙ୍କୁ କେହି କେହି ସମର୍ଥନ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ନାଇକ୍ ହେଉଛି ଆମେରିକାର ଏକ ମଲ୍ଟି ନ୍ୟାଶନାଲ କମ୍ପାନୀ।
from Odisha Reporter https://ift.tt/2MNGIPA
No comments:
Post a Comment