ଜେଷ୍ଟସନାଲ୍‌ ଡାଇବେଟିସ୍‌ରୁ ଏମିତି ରକ୍ଷା ପାଇବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ଜେଷ୍ଟସନାଲ୍‌ ଡାଇବେଟିସ୍‌ରୁ ଏମିତି ରକ୍ଷା ପାଇବେ

health

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାଇବେଟିସ୍‌ ରୋଗ ସମ୍ପର୍କରେ ଆପଣ ପୂର୍ବରୁ ଜାଣିଥିବେ। ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଉଛି, ଟାଇପ୍‌-୧ ଏବଂ ଅନ୍ୟଟି ହେଉଛି ଟାଇପ୍‌-୨। ତେବେ ଗର୍ଭାବସ୍ଥାରେ ମହିଳାମାନେ ଯଦି ଡାଇବେଟିସ୍‌ ରୋଗରେ ପୀଡ଼ିତ ହୋଇଥା’ନ୍ତି, ସ୍ୱାସ୍ଥ୍ୟ ବିଜ୍ଞାନ ଅନୁସାରେ, ଏହାକୁ ଜେଷ୍ଟସନାଲ୍‌ ଡାଇବେଟିସ୍‌ (gestational diabetes) କୁହାଯାଇଥାଏ।

ଏବେ ଆସନ୍ତୁ, କ’ଣ ଏହି ଜେଷ୍ଟସନାଲ୍‌ ଡାଇବେଟିସ୍‌
health

ଜେଷ୍ଟସନାଲ୍‌ ଡାଇବେଟିସ୍‌:
ସାଧାରଣତଃ ଗର୍ଭାବସ୍ଥା ସମୟରେ ଏହି ଡାଇବେଟିସ୍‌ ହୋଇଥାଏ। ଏହା ଏପରି ଏକ ସ୍ଥିତି, ଯେଉଁ ସମୟରେ ମହିଳାଙ୍କ ରକ୍ତରେ ସୁଗାର୍‌ର ମାତ୍ରା ବଢ଼ି ଯାଇଥାଏ। ପାଖାପାଖି ୪ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଯାଇଥାଏ। ଏହାର ଚିକିତ୍ସା ଗର୍ଭାବସ୍ଥା ସମୟରେ ହିଁ ସମ୍ଭବ।

ଗର୍ଭାବସ୍ଥା ସମୟରେ ଆପଣଙ୍କୁ କେବଳ ନିଜ ଖାଇବା ପିଇବା ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିଥାଏ।

ଯେଉଁ ମହିଳାଙ୍କୁ ପୂର୍ବରୁ ଡାଇବେଟିସ୍‌ ହୋଇନଥାଏ, ସେମାନଙ୍କୁ ଗର୍ଭାବସ୍ଥା ସମୟରେ ଜେଷ୍ଟେସନାଲ୍‌ ଡାଇବେଟିସ୍‌ ହୋଇଥାଏ।
ଏହି ଡାଇବେଟିସ୍‌ ଗର୍ଭାବସ୍ଥା ସମୟରେ ଶରୀରରେ ହର୍‌ମୋନ୍‌ ଏବଂ ଅନ୍ୟ ପରିବର୍ତ୍ତନ ଯୋଗୁ ହୋଇଥାଏ। ଶରୀରରେ ଇନ୍‌ସୁଲିନ୍‌ ସାହାଯ୍ୟରେ ଖାଦ୍ୟ ଶକ୍ତିରେ ପରିଣତ ହୋଇଥାଏ। ଶରୀରରେ ଏହି ଇନ୍‌ସୁଲିନ୍‌ର ମାତ୍ରା କମିଗଲେ, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ସହିତ ରକ୍ତରେ ସୁଗାର୍‌ର ମାତ୍ରା ବଢ଼ିଥାଏ। ଠିକ୍‌ ସମୟରେ ଏହାର ଚିକିତ୍ସା କରା ନଗଲେ, ଉଭୟ ମା’ ଓ ଛୁଆଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ।

ଏହି ସମୟରେ ଯଦି ଆପଣ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ, ଆପଣ କେବଳ ଗର୍ଭାବସ୍ଥାର ଜଟିଳ ସମସ୍ୟାରୁ ରକ୍ଷା ପାଇବେ ନାହିଁ, ବରଂ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେବା ପାଇଁ ସକ୍ଷମ ମଧ୍ୟ ହୋଇପାରିବେ।

ଏବେ ଆସନ୍ତୁ ଜାଣିବା, ଏହି ଗର୍ଭାବସ୍ଥାରେ କିପରି ନିଜ ଶରୀରର ଯତ୍ନ ନେବେ ।health ଶିଶୁକୁ ସୁସ୍ଥ ରଖିବା ପାଇଁ ଖାଦ୍ୟର ତାଲିକା କରନ୍ତୁ:
ଗର୍ଭାବସ୍ଥା ସମୟରେ ଆପଣ କ’ଣ ଖାଉଛନ୍ତି, ତାହା ଉପରେ ଆପଣଙ୍କ ଶିଶୁର ସ୍ୱାସ୍ଥ୍ୟ ନିର୍ଭର କରିଥାଏ। ଜେଷ୍ଟସନାଲ୍‌ ଡାଇବେଟିସ୍‌ ପରି ସ୍ଥିତିରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ସମ୍ପର୍କ କରିବା ଜରୁରୀ। ଡାକ୍ତରଙ୍କ ସହିତ ପରାମର୍ଶ କରି ନିଜ ଖାଦ୍ୟର ଏକ ତାଲିକା ପ୍ରସ୍ତୁତ କରନ୍ତୁ। ଖାଦ୍ୟରେ କାର୍ବୋହାଇଡ୍ରେଡ୍‌ର ମାତ୍ରା କମାଇବା ସହିତ ନିଜ ଓଜନ ଉପରେ ମଧ୍ୟ ନିୟନ୍ତ୍ରଣ ରଖନ୍ତୁ।
healthନିର୍ଦ୍ଦିଷ୍ଟ ସମୟରେ ଖା’ନ୍ତୁ:
ଠିକ୍‌ ସମୟରେ ଖାଦ୍ୟ ଖାଇବା ସହିତ ମିଠା ଜାତୀୟ ଖାଦ୍ୟଠାରୁ ଦୂରେଇ ରହନ୍ତୁ। ଦିନରେ ଏକରୁ ଦୁଇଥର ଜଳଖିଆ ଖା’ନ୍ତୁ। ଫଳ, ପରିବା ଏବଂ ବ୍ରେଡ୍‌ ଖା’ନ୍ତୁ, ଯେଉଁଥିରୁ ଆପଣ ଫାଇବର୍‌ ପ୍ରଚୁର ମାତ୍ରାରେ ପାଇପାରିବେ। ଏହା ସହିତ ହାଲ୍‌କା ବ୍ୟାୟାମ କରନ୍ତୁ, ଯାହା ଆପଣଙ୍କ ଶିଶୁକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ।



from Odisha Reporter https://ift.tt/2NRfUKW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages