ଓଏମ୍‌ସି ଗୁରୁ କେଳୁଚରଣ ପୁରସ୍କାର ଉତ୍ସବ: ତୃତୀୟ ସଂଧ୍ୟାରେ ଝୁମିଲେ ଦର୍ଶକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

ଓଏମ୍‌ସି ଗୁରୁ କେଳୁଚରଣ ପୁରସ୍କାର ଉତ୍ସବ: ତୃତୀୟ ସଂଧ୍ୟାରେ ଝୁମିଲେ ଦର୍ଶକ

guru-keluchara-mohapatra

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ସୃଜନ’ ପକ୍ଷରୁ ଆୟୋଜିତ ଓମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ତୃତୀୟ ସଂଧ୍ୟା। ସଙ୍ଗୀତ ଓ ବାଦ୍ୟର ଅପୂର୍ବ ମିଳନରେ ସନ୍ଧ୍ୟା ହୋଇଥିଲା ମୁଖରିତ।

ପ୍ରଗତିଶୀଳ ସମକାଳୀନ କର୍ଣ୍ଣାଟକୀ ସଙ୍ଗୀତ ଉପରେ ଆଧାରିତ ଅଗମ ମ୍ୟୁଜିକାଲ୍‌ ବ୍ୟାଣ୍ଡର ଫ୍ୟୁଜନ୍‌ ପରିବେଷଣ ଅତି ଚମତ୍କାର ଥିଲା। ଦକ୍ଷିଣ ଭାରତର ଶାସ୍ତ୍ରୀୟ ସଙ୍ଗୀତକୁ ନୂଆ ଓ ଆଧୁନିକ ଶୈଳୀରେ ଦର୍ଶକମାନଙ୍କ ଆଗରେ ଉପସ୍ଥାପିତ କରିଥିଲା ଏହି ବ୍ୟାଣ୍ଡ।

guru kelucharanଅଗମ ମ୍ୟୁଜିକାଲ୍‌ ବ୍ୟାଣ୍ଡର ଶିଳ୍ପୀମାନଙ୍କ ମଧ୍ୟରେ ଥିଲେ କଣ୍ଠ ଓ ବେହେଲାରେ ହରିଶ, ଶିବ ରାମକୃଷ୍ଣନ, କି-ବୋର୍ଡରେ ସ୍ୱାମୀ ସୀତାରମଣ, ଗିଟାରରେ ଟି ପ୍ରବୀନ କୁମାର ଓ ଆଦିତ୍ୟ କଶ୍ୟପ, ଶିବକୁମାର ନାର୍ଗାଜୁନ, ଜଗଦୀଶ ନଟରାଜନ ଓ ଡ୍ରମରେ ଯଦୁନାନନ୍ଦନ।

ଆଜିର ଉତ୍ସବରେ ଅତିଥି ଥିଲେ ଓଡ଼ିଶା ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଏସ୍‌ବିଆଇ ବ୍ୟାଙ୍କର ମହା ପରିଚାଳିକା ପ୍ରଭିନା କଲା ଓ ସୃଜନର ନିଦ୍ଦେର୍ଶକ ଗୁରୁ ରତିକାନ୍ତ ମହାପାତ୍ର।

କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼ଃ ମୃତ୍ୟୁଞ୍ଜୟ ରଥ ଓ ସଂଚାଳନ କରିଥିଲେ ଦେବୀପ୍ରସାଦ ମିଶ୍ର।



from Odisha Reporter https://ift.tt/2MYPWsi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages