
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିଂସ୍ର ଜନ୍ତୁକୁ ସମସ୍ତେ ଭୟ କରନ୍ତି। ଆଉ ବାଘ ଓ ସିଂହ ଭଳି ହିଂସ୍ର ଜନ୍ତୁଙ୍କ ନାଁ ଶୁଣିଲେ ସେ ଯେତେ ସାହସୀ ହେଉଥାନ୍ତୁ ନା କାହିଁକି ଭୟରେ ଲୋମ ଟାଙ୍କୁରି ଉଠେ। କାରଣ ସେମାନେ ମଉକା ପାଇଲା ମାତ୍ରେ ସଙ୍ଗେ ସଙ୍ଗେ ଉପରକୁ ଝପଟି ପଡ଼ି ଆକ୍ରମଣ କରନ୍ତି। ଏହା ତାଙ୍କର ସ୍ୱଭାବ। କିନ୍ତୁ ଆମେ ଆଜି ଆପଣଙ୍କୁ ଏକ ଭିଡିଓରେ ଦେଖାଇବୁ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଆମେ ଯେଉଁ ଭିଡିଓ ଦେଖାଇଛୁ ତାହା ହେଉଛି ୟୁକ୍ରେନ୍ର ଟିଆଗନ୍ ସଫାରୀ ପାର୍କର। ଏହି ଭିଡିଓରେ ଏକ ଖୋଲା ଗାଡ଼ିରେ ବସି କିଛି ଯାତ୍ରୀ ସିଂହମାନଙ୍କୁ ପାଖରୁ ଦେଖିବା ପାଇଁ ପାର୍କ ବୁଲୁଥିବାରୁ ଦେଖାଯାଉଛି। ଏତିକିବେଳେ ପାର୍କରେ ଶୋଇଥିବା ‘ଫ୍ଲିୟା’ ନାମକ ଏକ ସିଂହ ହଠାତ୍ ଯାତ୍ରୀଙ୍କ ଆଡ଼କୁ ମାଡ଼ି ଆସୁଛି। ଆଶ୍ଚର୍ଯ୍ୟର କଥା ହେଲା, ସେ ଯାତ୍ରୀଙ୍କର କିଛି କ୍ଷତି ନ କରି ସେମାନଙ୍କୁ ଖୁବ୍ ପସନ୍ଦ କରୁଛି ଓ ତାଙ୍କ ସାଙ୍ଗରେ ଖେଳୁଛି। ଦେହକୁ ଦେହ ଘସୁଛି। ଗେଲ ବି କରୁଛି।
‘ଫ୍ଲିୟା’ ଜୋର୍ ଜବରଦସ୍ତ ଯାଇ ଗାଡ଼ି ଚଲାଉଥିବା ଡ୍ରାଇଭରଙ୍କ ସିଟ୍ରେ ବସିଯାଉଛି। ଆଉ ଡ୍ରାଇଭର୍ ଜଣକ କଷ୍ଟେମଷ୍ଟେ ତାଙ୍କ ସିଟ୍ରୁ ବାହାରି ‘ଫ୍ଲିୟା’କୁ ବାହାର ସିଟ୍ରୁ ଉଠାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସେ ଯିବାକୁ ନାରାଜ। ଏମିତି ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଲୋକେ ଏହାକୁ ଖୁବ୍ ସେୟାର୍ କରିବା ସହିତ ଟୁଇଟ୍ ବି କରୁଛନ୍ତି। ଭିଡିଓଟିକୁ ଆପଣ ବି ଥରେ ଦେଖିନିଅନ୍ତୁ।
(ଭିଡିଓ ସୌଜନ୍ୟ: ହିନ୍ଦୁସ୍ତାନ ଟାଇମ୍ସ)
from Odisha Reporter https://ift.tt/2CE6hya
No comments:
Post a Comment