ଏମାନଙ୍କୁ କୁହାଯାଏ ସୌଭାଗ୍ୟବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 2, 2018

ଏମାନଙ୍କୁ କୁହାଯାଏ ସୌଭାଗ୍ୟବତୀ

indian women

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ନାରୀଙ୍କୁ ମା’ ଲକ୍ଷ୍ମୀଙ୍କ ସ୍ୱରୂପା ଭାବେ ବୋଲି କୁହାଯାଏ । ଆମ ସମାଜରେ ଏକ ପୁରୁଣା କଥା ରହିଛି, “ଯେଉଁଠି ନାରୀଙ୍କୁ ପୂଜା କରାଯାଏ, ସେଠାରେ ଦେବତା ବାସ କରିଥାନ୍ତି”।
ପୁରୁଷଙ୍କ ପରି ବିଭିନ୍ନ ସ୍ୱଭାବର ନାରୀ ମଧ୍ୟ ଅଛନ୍ତି। ଜଣେ ନାରୀ ଚାହିଁଲେ ଗୋଟିଏ ପରିବାରକୁ ମଧୁରତାରେ ଭରି ଦେଇପାରେ, ଆଉ ସେହି ନାରୀ ଉକ୍ତ ପରିବାରକୁ ଛାରଖାର ମଧ୍ୟ କରିଦେଇପାରେ। ଶାସ୍ତ୍ରରେ ନାରୀଙ୍କ ସ୍ୱଭାବକୁ ନେଇ ବହୁତ କିଛି ଉଲ୍ଲେଖ ରହିଛି।
ସୌଭାଗ୍ୟବତୀ ନାରୀଙ୍କ ସମ୍ପର୍କରେ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଆସନ୍ତୁ ଜାଣିବା କିପରି ଲକ୍ଷଣ ଥିଲେ ଜଣେ ମହିଳାଙ୍କୁ ସୌଭାଗ୍ୟବତୀ ବୋଲି କୁହାଯାଇଥାଏ।
୧. ଯେଉଁ ନାରୀ ମିଠା କଥା କହିଥାନ୍ତି ଓ ଯାହାଙ୍କ କଥା ଓ ଆଚରଣରେ ମାଧୁର୍ଯ୍ୟ ଥାଏ ସେମାନଙ୍କୁ ସୌଭାଗ୍ୟବତୀ ନାରୀ କୁହାଯାଇଥାଏ। ଏପରି ନାରୀ ସମସ୍ତଙ୍କୁ ସ୍ନେହ ଓ ଆଦର ଦେଇଥାନ୍ତି।
୨. ଧର୍ମ ଉପରେ ବିଶ୍ୱାସ, ସେବା ଭାବ, କ୍ଷମାମୟୀ, ଦାନୀ, ବୁଦ୍ଧିମତୀ, ଦୟାଶୀଳା ଓ ନିଷ୍ଠାର ସହ କର୍ତ୍ତବ୍ୟ ପାଳନ କରୁଥିବା ମହିଳାଙ୍କୁ ମା’ ଲକ୍ଷ୍ମୀଙ୍କ ସ୍ୱରୂପା ବୋଲି କୁହାଯାଇଥାଏ। ଏପରି ସ୍ୱଭାବର ନାରୀ ଘରକୁ ଆସିଲେ, ପରିବାରର ମାନ-ସମ୍ମାନ ବୃଦ୍ଧି ପାଇବା ସହ ଉନ୍ନତି ଘଟିଥାଏ।
୩. ଶାରୀରିକ ବା ବାହ୍ୟ ରୂପରେ ନୁହେଁ, ଗୁଣ ଓ ଅନ୍ତରରେ ଯେଉଁ ନାରୀ ସୁନ୍ଦର, ତାଙ୍କୁ ସୌଭାଗ୍ୟବତୀ ନାରୀ କୁହାଯାଇଥାଏ।
୪. ଘରକୁ ଆସିଥିବା ଅତିଥିଙ୍କ ସତ୍କାରରେ କୌଣସି ପ୍ରକାର ହେଳା କରୁ ନଥିବା ନାରୀଙ୍କୁ ମଧ୍ୟ ସୌଭାଗ୍ୟବତୀ କୁହାଯାଇଥାଏ।
୫. ଅନ୍ୟର ଦୁଃଖରେ ଦୁଃଖୀ ହୋଇଯାଉଥିବା ଓ ତାଙ୍କୁ ଦୁଃଖ ଦୂର କରିବାକୁ ଚେଷ୍ଟା କରୁଥିବା ମହିଳା, ନିଜ ସାମର୍ଥ୍ୟ ମୁତାବକ ଅନ୍ୟକୁ ସାହାଯ୍ୟ କରୁଥିବା ମହିଳାଙ୍କୁ ଶାସ୍ତ୍ରରେ ସୌଭାଗ୍ୟବତୀ କୁହାଯାଇଛି।
୬. ଭେଦଭାବ ନ କରି ଘରେ ସମସ୍ତଙ୍କୁ ସମାନ ପ୍ରକାର ଭୋଜନ ଦେଉଥିବା ମହିଳାଙ୍କୁ ସୌଭାଗ୍ୟବତୀ କୁହାଯାଇଥାଏ।
୭. ପ୍ରତିଦିନ ଗାଧୋଇ, ସ୍ୱଚ୍ଛ ପୋଷାକ ପରିଧାନ କରି ରୋଷେଇ ଘରକୁ ଯାଉଥିବା ମହିଳାଙ୍କୁ ସୌଭାଗ୍ୟବତୀ କୁହାଯାଇଥାଏ।
୮. ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ପୂଜା କରୁଥିବା ମହିଳାଙ୍କୁ ଶାସ୍ତ୍ରରେ ସୌଭାଗ୍ୟବତୀ କୁହାଯାଇଛି।
୯. ଯେଉଁ ନାରୀ ପତିବ୍ରତା ଧର୍ମ ପାଳନ କରିଥାନ୍ତି ସେମାନେ ସୌଭାଗ୍ୟବତୀ ହୋଇଥାନ୍ତି।
୧୦. ଧର୍ମ ଓ ନୀତି ମାର୍ଗରେ ଚାଲିବାକୁ ପରିବାର ଲୋକଙ୍କୁ ପ୍ରେରଣା ଦେଉଥିବା ମହିଳାଙ୍କୁ ମଧ୍ୟ ସୌଭାଗ୍ୟବତୀ କୁହାଯାଇଥାଏ।



from Odisha Reporter https://ift.tt/2PxpLGi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages