ପ୍ରତିଶୋଧ ନେବାକୁ ପୃଥିବୀକୁ ଓହ୍ଲାଇଥା’ନ୍ତି ଭୂତ ପ୍ରେତ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 2, 2018

ପ୍ରତିଶୋଧ ନେବାକୁ ପୃଥିବୀକୁ ଓହ୍ଲାଇଥା’ନ୍ତି ଭୂତ ପ୍ରେତ !

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍‌): ଭୂତପ୍ରେତଙ୍କ ଉପସ୍ଥିତି ଉପରେ ଆପଣଙ୍କର ବିଶ୍ୱାସ ଅଛି କି ? ଯଦି ହଁ, ତେବେ ଆଜି ଆମେ ଏମିତି ଏକ କଥା କହିବାକୁ ଯାଉଛୁ, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏସିଆ ମହାଦେଶର ସଂଖ୍ୟାଧିକ ଦେଶରେ ଥିବା ଲୋକବିଶ୍ୱାସ ଅନୁସାରେ, ବର୍ଷରେ ଏମିତି ଏକ ଦିନ ଅଛି, ଯେଉଁଦିନ ନର୍କର ଦ୍ୱାର ଖୋଲି ଯାଇଥାଏ। ଏହି ଦ୍ୱାର ଖୋଲିବା ପରେ ଭୂତ ପ୍ରେତମାନେ ଖାସ୍‌ ପ୍ରତିଶୋଧ ନେବା ପାଇଁ ପୃଥିବୀ ପୃଷ୍ଠକୁ ଓହ୍ଲାଇଥା’ନ୍ତି।

ghostଚୀନ୍‌ ସମେତ ଏସିଆର ଏକାଧିକ ଦେଶରେ ଏହି ନିର୍ଦ୍ଦିଷ୍ଟ ଦିନରେ ନର୍କର ଦ୍ୱାରକୁ ନଖୋଲିବା ପାଇଁ ପ୍ରେତାତ୍ମାଙ୍କୁ ଶାନ୍ତି କରିବା ଉଦ୍ଦେଶ୍ୟରେ ଏକ ଉତ୍ସବ ମଧ୍ୟ ପାଲନ କରାଯାଇଥାଏ। ଏହି ଉତ୍ସବକୁ ‘ଦି ଘୋଷ୍ଟ୍‌ ଫେଷ୍ଟିଭାଲ୍‌’ ଓ ‘ହଙ୍ଗ୍ରି ଘୋଷ୍ଟ୍‌ ଫେଷ୍ଟିଭାଲ୍‌’ ବୋଲି କୁହାଯାଏ। 

ghostବୌଦ୍ଧ ଓ ତାଓ ଧର୍ମର ବିଚାରଧାରାରେ  ମଧ୍ୟ ଭୂତ ପ୍ରେତଙ୍କୁ ନେଇ ଏହିପରି ବିଶ୍ୱାସ ରହିଛି। ଚୀନ୍‌ କ୍ୟାଲେଣ୍ଡର ଅନୁସାରେ, ଏହି ଉତ୍ସବ ବର୍ଷର ସପ୍ତମ ମାସ ଅର୍ଥାତ ଜୁଲାଇ ମାସର ୧୫ ତାରିଖ ରାତି (ଦକ୍ଷିଣ ଚୀନ୍‌ରେ ୧୪ ତାରିଖ ରାତି)ରେ ପାଳନ କରାଯାଇଥାଏ। ବିଶ୍ୱାସ ରହିଛି, ଏହି ଦିନ ନର୍କର ଦ୍ୱାର ଖୋଲିଯାଏ ଓ ଭୂତପ୍ରେତମାନେ ଖାଇବାକୁ ଏବଂ ପ୍ରତିଶୋଧ ନେବାକୁ ପୃଥିବୀପୃଷ୍ଠକୁ ଓହ୍ଲାଇଥା’ନ୍ତି। ତେଣୁ ସେହି ଅତୃପ୍ତ ଆତ୍ମାମାନଙ୍କୁ ଶାନ୍ତ କରିବା ପାଇଁ ଚୀନ୍‌ରେ ଏହି ଉତ୍ସବ ପାଳନ କରାଯାଇଥାଏ।

ghostବୌଦ୍ଧ ଓ ତାଓ ଧର୍ମର ବିଚାରଧାରାରେ ଏହି ଅତୃପ୍ତ ଆତ୍ମାମାନଙ୍କୁ ଅଶୁଭ ବିବେଚନା କରାଯାଇଥାଏ। କୁହାଯାଏ, ଏହି ଅତୃପ୍ତ ଆତ୍ମାମାନେ ମୁଖ୍ୟତଃ ରାତିରେ ଆସିଥା’ନ୍ତି। ଏମାନେ ସାପ, କୀଟପତଙ୍ଗ, ପକ୍ଷୀ, ଶିଆଳ ଓ ଗଧିଆ ରୂପରେ ଆସି ସେମାନଙ୍କୁ ହଇରାଣ କରିଥିବା ଲୋକଙ୍କ ପାଖରୁ ପ୍ରତିଶୋଧ ନିଅନ୍ତି। କେତେକ ସ୍ଥାନରେ ଏପରି ବିଶ୍ୱାସ ମଧ୍ୟ ରହିଛି ଯେ ଅତୃପ୍ତ ଆତ୍ମା ଜଣେ ସୁନ୍ଦର ମହିଳା କିମ୍ବା ପୁରୁଷଙ୍କ ଦେହରେ ପ୍ରବେଶ କରି ପ୍ରତିଶୋଧ ନେଇଥା’ନ୍ତି।

ghostସେଠାକାର ଶାଙ୍ଗ ରାଜା ନିଜ ପୂର୍ବପୁରୁଷଙ୍କ ବଳିଦାନକୁ ମନେ ରଖିବାକୁ ଏପରି ଉତ୍ସବର ଆୟୋଜନ ଆରମ୍ଭ କରିଥିଲେ। ସେବେଠାରୁ ଏହି ପ୍ରଥା ପ୍ରଚଳିତ ହୋଇ ଆସୁଛି। ଏହି ଅବସରରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ ଓ ସମସ୍ତଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରାଯାଇଥାଏ।

ଉତ୍ସବ ସମୟରେ ଚୌକି ପକାଯାଇ ଏଗୁଡ଼ିକୁ ଖାଲି ରଖାଯାଇଥାଏ। ବିଶ୍ୱାସ ରହିଛି, ଏହି ଖାଲି ଚୌକିରେ ପୂର୍ବଜଙ୍କ ଆତ୍ମା ବସିଥା’ନ୍ତି।

କେବଳ ଚୀନ୍‌ ନୁହେଁ, ଏବେ ଏହି ଉତ୍ସବ ଜାପାନ, ସିଙ୍ଗାପୁର, ମାଲେସିଆ, ଥାଇଲାଣ୍ଡ, ଶ୍ରୀଲଙ୍କା, ଲାଓସ୍‌, କମ୍ବୋଡିୟା, ଭିଏତ୍‌ନାମ୍‌, ତାଇୱାନ ଓ ଇଣ୍ଡୋନେସିଆ ସମେତ ଏସିଆର ଅନ୍ୟ କିଛି ଦେଶରେ ମଧ୍ୟ ପାଳନ କରାଯାଉଛି।



from Odisha Reporter https://ift.tt/2NJOgPM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages