ସିବିଆଇ ମହାକଳି: ଗୁରୁବାର ଯାଏ ଗିରଫ ହେବେନି ଆସ୍ଥାନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ସିବିଆଇ ମହାକଳି: ଗୁରୁବାର ଯାଏ ଗିରଫ ହେବେନି ଆସ୍ଥାନା

ନୂଆଦିଲ୍ଲୀ: ଲାଞ୍ଚ ମାମଲାରେ ଫସିଥିବା ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ସିବିଆଇ ଆସନ୍ତା ଗୁରୁବାର ଯାଏ ଗିରଫ କରିପାରିବ ନାହିଁ। ସିବିଆଇ ଶ୍ରୀ ଆସ୍ଥାନାଙ୍କ ବିରୋଧରେ ଯେଉଁ ଏଫ୍‌ଆଇଆର୍‌ ଦାଏର କରିଛି, ଏହାକୁ ରଦ୍ଦ କରିବା ପାଇଁ ଆସ୍ଥାନା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି କରି କୋର୍ଟ ଆଜି ଏଭଳି ରୁଲିଂ ଦେଇଛନ୍ତି।

ଏଥିସହ ଆସ୍ଥାନାଙ୍କ ବିରୋଧରେ ଚାଲିଥିବା ମାମଲାର ସ୍ଥିତାବସ୍ଥା ବଜାୟୀ ରଖିବାକୁ କୋର୍ଟ କହିଛନ୍ତି। ମାମଲାର ଶୁଣାଣି କରୁଥିବା ବିଚାରପତି ନଜିମ ୱାଜିର କହିଛନ୍ତି, ସିବିଆଇ ଶ୍ରୀ ଆସ୍ଥାନା ଓ ଅନ୍ୟ ଅଫିସିଆଲ୍‌ମାନଙ୍କ ନାଁରେ ଏଫଆଇଆର୍‌ ରୁଜୁ କରିଛି।

ହେଲେ ଏଫ୍‌ଆଇଆର୍‌କୁ ଖାରଜ କରିବାକୁ ଆବେଦନ ହୋଇଛି। ଏ ସଂକ୍ରାନ୍ତରେ ସିବିଆଇ କାହିଁକି କୌଣସି ଉତ୍ତର ଦେଉନାହିଁ? କୋର୍ଟ ପୂର୍ବରୁ ଏହାର ଜବାବ ରଖିବାକୁ କହିଥିଲେ ହେଲେ ସିବିଆଇ କହିଁକି ଏହାର ଜବାବ ଦେଇନାହିଁ ବୋଲି ବିଚାରପତି ପ୍ରଶ୍ନ କରିଥିଲେ।

ଏହାର ଉତ୍ତରରେ ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ ଶ୍ରୀ ଆସ୍ଥାନାଙ୍କ ବିରୋଧରେ ଆସିଥିବା ଅଭିଯୋର ତଦନ୍ତ ନୂଆ ଟିମ୍‌ ଦ୍ୱାରା କରାଯାଉଛି। ତେଣୁ ମାମଲାର ସ୍ଥିତାବସ୍ଥା ସମ୍ପର୍କରେ ତଥ୍ୟ ଦାଖଲ ପାଇଁ କିଛି ସମୟ ଦରକାର। ତେବେ କୋର୍ଟ ଗୁରୁବାର ମାମଲା ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାକେଶ ଆସ୍ଥାନା ସିଭିସିକୁ ଚିଠି ଲେଖି ସିବିଆଇ ମୁଖ୍ୟ ଆଲୋକ ବର୍ମା ଲାଞ୍ଚ ନେଇଥିବା ଅଭିଯୋଗ କରିଥିଲେ।

ଏହାପରେ ଶ୍ରୀ ବର୍ମା ମୋଇନ୍‌ କ୍ୟୁରେସୀ ମାମଲାରେ ହାଇଦ୍ରାବାଦ୍‌ ବ୍ୟବସାୟୀ ସତୀଶ ସାନା ମାମଲାରୁ ବର୍ତ୍ତିବା ପାଇଁ ଶ୍ରୀ ଆସ୍ଥାନାଙ୍କୁ ୨ କୋଟି ଲାଞ୍ଚ ଦେଇଥିବା ଅଭିଯୋଗ କରି ଏଫ୍‌ଆଇଆର୍‌ ରୁଜୁ କରିଥିଲେ।

ଏହାକୁ ନେଇ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାରେ ବିବାଦ ସୃଷ୍ଟି ହୋଇଥିଲା। ଏଭଳି ଏଫ୍‌ଆଇଆର୍‌ ବିରୋଧରେ ଆସ୍ଥାନା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ କୋର୍ଟ ଶ୍ରୀ ଆସ୍ଥାନାଙ୍କୁ ଆଜି ପର୍ଯ୍ୟନ୍ତ ଗିରଫ ନ କରିବାକୁ ସିବିଆଇକୁ କହିଥିଲେ। ଏବେ ଏହା ଗୁରୁବାର ପର୍ଯ୍ୟନ୍ତ ବୃଦ୍ଧି ପାଇଛି।



from Odisha Reporter https://ift.tt/2AxKwg5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages