
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବନ୍ୟା, ବାତ୍ୟା ଓ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଲୋକଙ୍କୁ ମିଳିବ ଆଗୁଆ ସୂଚନା। ଏଥିପାଇଁ ରାଜ୍ୟରେ ଆରମ୍ଭ ହୋଇଛି ବିପର୍ଯ୍ୟୟ ପ୍ରାକ୍ ସୂଚନା ବିତରଣ କେନ୍ଦ୍ର (EWDS)। ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ଆୟୋଜିତ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବ୍ୟବସ୍ଥାକୁ ଲୋକାର୍ପିତ କରିଛନ୍ତି।
ବିପର୍ଯ୍ୟୟ ପ୍ରାକ୍ ସୂଚନା ବିତରଣ କେନ୍ଦ୍ର ମାଧ୍ୟମରେ ରାଜ୍ୟର ଦୀର୍ଘ ୪୮୦ କିଲୋମିଟର ବ୍ୟାପୀ ଉପକୂଳବର୍ତ୍ତୀ ଅଞ୍ଚଳରେ ୧୨୨ଟି ଆଲର୍ଟ ସାଇରନ୍ ଟାଓ୍ୱାର ପ୍ରତିଷ୍ଠା କରାଯାଇଛି। ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷରୁ ଏକସଙ୍ଗେ ସମସ୍ତ ଟାଓ୍ୱାର ଦ୍ୱାରା ସ୍ଥାନୀୟ ବାସିନ୍ଦା ଓ ମତ୍ସ୍ୟଜୀବୀଙ୍କୁ ସାମ୍ଭାବ୍ୟ ବିପତ୍ତି ସମ୍ପର୍କରେ ପ୍ରାକ୍ ସୂଚନା ଦିଆଯାଇପାରିବ।
ବିଶ୍ୱବ୍ୟାଙ୍କ ସହାୟତାରେ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ OSDMA ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏହି EWDS ବ୍ୟବସ୍ଥା ଦେଶରେ ପ୍ରଥମ ବୋଲି କୁହାଯାଉଛି।
from Odisha Reporter https://ift.tt/2Jm11i6
No comments:
Post a Comment