ଯଦି ଶୀଘ୍ର ପ୍ରମୋସନ ଚାହୁଁଛନ୍ତି, ତା’ ହେଲେ ଆପଣାନ୍ତୁ ଏ ସବୁ ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ଯଦି ଶୀଘ୍ର ପ୍ରମୋସନ ଚାହୁଁଛନ୍ତି, ତା’ ହେଲେ ଆପଣାନ୍ତୁ ଏ ସବୁ ଉପାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଫିସ୍‌ରେ ପ୍ରମୋସନ ପାଇବା ସମସ୍ତ କର୍ମଚାରୀ ଚାହିଁଥାନ୍ତି। ଏଥିପାଇଁ କର୍ମଚାରୀ ଅଫିସ୍‌ରେ ଅଧିକରୁ ଅଧିକ ପରିଶ୍ରମ ମଧ୍ୟ କରିଥାନ୍ତି। କିନ୍ତୁ ଅନେକ ଥର ଏପରି ହୋଇଥାଏ ଯେ, ପରିଶ୍ରମ କରିବା ପରେ ମଧ୍ୟ ପ୍ରମୋସନ ପାଇବାରୁ ବଞ୍ଚିତ ରହିଥାନ୍ତି କେତେକ କର୍ମଚାରୀ।

ଏଭଳି ସ୍ଥିତିରେ କିଛି ଲୋକ ବାସ୍ତୁଶାସ୍ତ୍ରର ସାହାଯ୍ୟ ନେଇପାରନ୍ତି। ବାସ୍ତୁ ବିଧାନରେ ଏପରି କିଛି ଉପାୟ ଅଛି, ଯାହାକୁ ପାଳନ କରିବା ଦ୍ୱାରା ଆପଣ ନିଜ କର୍ମକ୍ଷେତ୍ରରେ ପଦୋନ୍ନତୀ ପାଇପାରିବେ। ଆସନ୍ତୁ ଜାଣିବା ସେହି ଉପାୟଗୁଡ଼ିକ ସମ୍ପର୍କରେ ।

– ଧାରଣ କରନ୍ତୁ କେଶର ତୀଳକ

ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଦିନ ଅଫିସ୍‌ ଯିବା ପୂର୍ବରୁ ଠାକୁରଙ୍କୁ ପୂଜା କରି କେସରର ତିଳକ ମଧାରେ ଲଗାଇ ଯାଆନ୍ତୁ। କୁହାଯାଏ ଯେ, ଏହି ତିଳକ ଲଗାଇଲେ ଆପଣଙ୍କ କୁଣ୍ଡଳୀରେ ବୃହଷ୍ପତ୍ତିଙ୍କ ସ୍ଥାନ ମଜବୁତ୍ ହୋଇଥାଏ। ଏହାଦ୍ୱାରା ଆପଣଙ୍କ ଜୀବନରେ ଉନ୍ନତି ହୋଇଥାଏ।
– କଦଳୀ ଗଛ ଆଗରେ ଦୀପ ଜାଳନ୍ତୁ

ଗୁରୁବାର ଯେ କୌଣସି ମନ୍ଦିର ସାମ୍ନାରେ ଥିବା କଦଳୀ ଗଛ ଆଗରେ ଘିଅର ଦୀପ ଜାଳନ୍ତୁ।

ଗାଈକୁ ଖାଇବାକୁ ଦିଅନ୍ତୁ

ଗୁରୁବାର ଦିନ ଅଟାରେ ଚଣା, ଗୁଡ଼ ଏବଂ ଗୁଣ୍ଡ ହଳଦୀ ମିଶାଇ ଏହି ମିଶ୍ରଣକୁ ସକାଳ ସମୟରେ ଗାଈକୁ ଖାଇବାକୁ ଦିଅନ୍ତୁ। ବାସ୍ତୁ ଅନୁସାରେ ଏପରି କଲେ ଗୁରୁ ଗ୍ରହର ଶାନ୍ତ ହୋଇଥାଏ।

– ଅଫିସ୍‌ ଯିବା ଆଗରୁ କଦଳୀ ଖାଆନ୍ତୁ
ସକାଳେ କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ। ପ୍ରକୃତରେ କଦଳୀ ଗଛର ସମ୍ୱନ୍ଧ ବୃହଷ୍ପତ୍ତି ବା ଗୁରୁ ଗ୍ରହ ସହିତ ରହିଛି। ସେଥିପାଇଁ ବାସ୍ତୁରେ କୁହାଯାଇଛି ଯେ, ଅଫିସ୍‌ ଯିବା ପୂର୍ବରୁ କଦଳୀ ଖାଇଲେ, ଗୁରୁ ଗ୍ରହର ସ୍ଥିତି ମଜବୁତ୍‌ ହୋଇଥାଏ।

-ଟେବୁଲ୍ ଉପରେ ରଖନ୍ତୁ ନାହିଁ ଚିରା ପୁସ୍ତକ

ସେହିପରି ଅଫିସ୍‌ର ଟେବୁଲ୍‌ ଉପରେ ଚିରି ଯାଇଥିବା କୌଣସି ଧାର୍ମିକ ପୁସ୍ତକ ରଖନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏପରି କରିବା ଦ୍ୱାରା ବ୍ୟକ୍ତିଙ୍କର କୁଣ୍ଡଳୀରେ ବୃହଷ୍ପତି ଦଶା ବିଗିଡି ଯାଏ। ଆଉ ଚାକିରିରେ ପ୍ରମୋସନ ପାଇଁ ପ୍ରତିବନ୍ଧକ ସୃଷ୍ଟି ହୁଏ।



from Odisha Reporter https://ift.tt/2y1S0GK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages