ଚିପ୍ସ ତିଆରି କରିବାକୁ ଓଭେନ୍‌ ଖୋଲିଲେ, ହେଲେ ତା’ ଭିତରୁ ବାହାରିଲା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ଚିପ୍ସ ତିଆରି କରିବାକୁ ଓଭେନ୍‌ ଖୋଲିଲେ, ହେଲେ ତା’ ଭିତରୁ ବାହାରିଲା…

microoven

ନୂଆଦିଲ୍ଲୀ: ଇଂଲଣ୍ଡର ଏକ ବୃଦ୍ଧ ଦମ୍ପତି ଦିନେ ଓଭେନ୍ରେ ଚିପ୍ସ କରିବାକୁ ଇଚ୍ଛା କଲେ। ତେବେ ସେମାନେ ଯେତେବେଳେ ଓଭେନ୍ ଖୋଲିଲେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଓଭେନ୍ ଭିତରେ ଏକ ବିଷଧର ସାପ ଥିଲା।

ରୟାଲ୍‌ ସୋସାଇଟି ଫର୍‌ ଦ ପ୍ରିଭେନ୍‌ଶନ୍‌ ଅଫ୍ କ୍ରୁଅଲ୍‌ଟି ଆନିମଲ୍ (ଆର୍‌ଏସ୍‌ପିସିଏ) ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି। ୨୮ ସେପ୍ଟେମ୍ୱରରେ ଷ୍ଟକପୋର୍ଟରେ ଏହି ଘଟଣା ଘଟିଛି।

snakeଆର୍‌ଏସ୍‌ପିସିଏ ଅନୁସାରେ, ୮୨ ବର୍ଷୀୟ ବୃଦ୍ଧା ତାଙ୍କର ଓଭେନ୍‌ ଭିତରେ ୩ ଫୁଟ୍‌ ଲମ୍ୱର ଏକ ଆଫ୍ରିକାନ୍‌ ବ୍ରାଉନ୍‌ ସାପ ଦେଖି ଚକିତ ହୋଇପଡ଼ିଥିଲେ।

ବୃଦ୍ଧା ଜଣଙ୍କ କହିଛନ୍ତି,“ ମୁଁ ଯେତେବେଳେ ଓଭେନ୍‌ର ଡୋର୍‌ ଖୋଲିଲି ପ୍ରଥମେ ମୋ ଆଖିକୁ ମୁଁ ବିଶ୍ୱାସ କରି ପାରି ନଥିଲି। ତେବେ ସାପଟି ଓଭେନ୍‌ ଭିତରେ ସୁରକ୍ଷିତ ରହଛି କି ନାହିଁ ସେଥିପାଇଁ ଆମେ ଚିନ୍ତିତ ହୋଇପଡ଼ିଥିଲୁ। ହେଲେ ଆର୍‌ଏସ୍‌ପିସିଏ ସାପଟିକୁ ଉଦ୍ଧାର କରି ବଞ୍ଚାଇ ଦେଇଛନ୍ତି।”

ଆର୍‌ଏସ୍‌ପିସିଏ ପକ୍ଷରୁ ଏହି ଦମ୍ପତିଙ୍କ ପରିଚୟ ଦିଆଯାଇ ନାହିଁ।



from Odisha Reporter https://ift.tt/2QudySZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages