୧୦୭ ବର୍ଷରେ ପାଦ ଥାପିଲେ ଏଇ ଟେଷ୍ଟ୍ କ୍ରିକେଟର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

୧୦୭ ବର୍ଷରେ ପାଦ ଥାପିଲେ ଏଇ ଟେଷ୍ଟ୍ କ୍ରିକେଟର୍‌

eileen

ନୂଆଦିଲ୍ଲୀ: ବିଶ୍ୱରେ ଜୀବିତ ଥିବା ସମସ୍ତ ଟେଷ୍ଟ୍ କ୍ରିକେଟରଙ୍କ ମଧ୍ୟରେ ସେ ହେଉଛନ୍ତି ସବୁଠୁ ବୟସ୍କ। ଗତକାଲି (ମଙ୍ଗଳବାର) ସେ ତାଙ୍କ ୧୦୭ତମ ଜନ୍ମଦିନ ପାଳନ କରିଛନ୍ତି। ଜାଣିଛନ୍ତି ସେ କିଏ?

ସେ ହେଉଛନ୍ତି ଏଲୀନ ଆଶ୍ (Eileen Ash)। ୧୯୧୧ର ଅକ୍ଟୋବର ୩୦ ତାରିଖରେ ଇଂଲଣ୍ଡରେ ଜନ୍ମ ହୋଇଥିବା ଏଲୀନ ୧୯୩୭ ମସିହାରେ ଡେବ୍ୟୁ ଟେଷ୍ଟ୍ ଖେଳିଥିଲେ।

୧୨ ବର୍ଷର ଅନ୍ତର୍ଜାତୀୟ କ୍ୟାରିଅରରେ ସେ ୭ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ୨୩.୦୦ ହାରରେ ସେ ୧୦ଟି ୱିକେଟ୍ ନେଇଥିଲେ।

ଏଲୀନ ଯୋଗ କରନ୍ତି। ଗଲା ୩୦ ବର୍ଷ ହେଲାଣି ସେ ଯୋଗ କରୁଛନ୍ତି।

ତାଙ୍କ ଜନ୍ମଦିନ ଅବସରରେ ଆଇସିସି ପକ୍ଷରୁ ଏକ ଭିଡିଓ ଟ୍ୱିଟ୍‌ର ପେଜ୍‌ରେ ଶେୟାର କରାଯାଇଛି। ଏଥିରେ ଏଲୀନ ଯୋଗ କରୁଛନ୍ତି। ତାଙ୍କ ସହିତ ଇଂଲଣ୍ଡ ମହିଳା କ୍ରିକେଟ୍ ଟିମ୍‌ର ବର୍ତ୍ତମାନର ଅଧିନାୟକ ହିଥର ନାଇଟ୍ ଉପସ୍ଥିତ ଅଛନ୍ତି।



from Odisha Reporter https://ift.tt/2Rrci3D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages