ଭାଇରାଲ୍‌ ହେଉଛି ‘ପିହୁ’ର ଟ୍ରେଲର୍‌, ଗିନିସ୍‌ ୱାର୍ଲଡ୍‌ ରେକର୍ଡସ୍‌କୁ ଯିବ ଫିଲ୍ମ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ଭାଇରାଲ୍‌ ହେଉଛି ‘ପିହୁ’ର ଟ୍ରେଲର୍‌, ଗିନିସ୍‌ ୱାର୍ଲଡ୍‌ ରେକର୍ଡସ୍‌କୁ ଯିବ ଫିଲ୍ମ!

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌): ବିନୋଦ କାପଡ଼ିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପିହୁ’ର ଟ୍ରେଲର୍‌ ଗତ ଅକ୍ଟୋବର ୨୩ରେ ରିଲିଜ୍‌ ହୋଇଥିଲା। ଆମେ ମଧ୍ୟ ଆପଣଙ୍କୁ ଆଗରୁ ଏହି ଫିଲ୍ମର ରୋମାଞ୍ଚକର ଟ୍ରେଲର ବିଷୟରେ ଜଣାଇଥିଲୁ। ଏହା ଏକ ସତ ଘଟଣା ଉପରେ ଆଧାରିତ ଫିଲ୍ମ୍‌। ଏକ କୁନି ଝିଅ ଘରେ ଏକୁଟିଆ ଥିବାବେଳେ ମା’ର ମୃତଦେହ ବେଡ୍‌ରୁମ୍‌ରେ ପଡ଼ିଛି। ଏହାପରେ କୁନିଝିଅଟି ଏକୁଟିଆ କ’ଣ କରୁଛି ଏହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି।

ଏହି ଟ୍ରେଲର୍‌କୁ ୟୁ ଟ୍ୟୁବ୍‌ରେ ଏଯାଏ ୫ ଲକ୍ଷ ୯୨୧ହଜାର ୬୪୬ ଲୋକ ଦେଖି ସାରିଲେଣି।

ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ବିନୋଦ କାପଡ଼ିଙ୍କ ଲିଖିତ ଓ ନିର୍ଦ୍ଦେଶିତ ‘ପିହୁ’କୁ ଫିଲ୍ମ୍‌ର ପ୍ରଯୋଜକ ଗିନିସ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସକୁ ପଠାଇବାର ଯୋଜନା କରୁଛନ୍ତି। ‘ପିହୁ’ର ନୂଆ ଓ ନିଆରା କାହାଣୀ ଦର୍ଶକଙ୍କୁ ମଧ୍ୟ ବେଶ୍ ପସନ୍ଦ ଆସୁଛି। ଏହାର ଟ୍ରେଲରକୁ ଦର୍ଶକ ବାରମ୍ବାର ଦେଖୁଛନ୍ତି। ଦିନିକୁ ଦିନ ୟୁଟ୍ୟୁବରେ ଏହାର ଭ୍ୟୁ ବଢ଼ିବାରେ ଲାଗିଛି।

ଟ୍ରେଲର୍‌ ଆରମ୍ଭରେ ଦେଖିବାକୁ ମିଳୁଛି, କୁନି ଝିଅ ‘ପିହୁ’ ଘରେ ଏକୁଟିଆ ଥିବାବେଳେ ତା’ ମା’ଙ୍କ ମୃତଦେହ ବେଡ୍‌ରୁମରେ ପଡ଼ିଛି। ସେ ମା’ଙ୍କୁ ଉଠାଇବାକୁ ବହୁତ ଚେଷ୍ଟା କରୁଛି, କିନ୍ତି ମା’ ଉଠୁନାହାନ୍ତି। ବାସ୍‌ ସେହିଠୁ ଆରମ୍ଭ ହେଉଛି ଏହି କୁନି ଝଅର ସଂଘର୍ଷ। କେତେବେଳେ ଭୋକ ଲାଗିଲେ, କ୍ଷୀର ପିଇବାକୁ ଗଲାବେଳକୁ କ୍ଷୀର ଢାଳି ଗଲାଣି ତ ରୁଟି ଖାଇବା ପାଇଁ ସେ ଗ୍ୟାସ୍‌ ଅନ୍‌ କରିଦେଲାଣି। ପୁଣି କେତେବେଳେ ମାଇକ୍ରୋୱେଭ ବି ଅନ୍‌ କରିଦେଲାଣି। କେତେବେଳେ ଫ୍ରିଜ୍‌ ଭିତରେ ନିଜେ ବନ୍ଦ ହୋଇଗଲାଣି ତ ଆଉ କେବେ ବିଦ୍ୟୁତ୍‌ ସଂଯୋଗରୁ ବିସ୍ଫୋରଣ ହୋଇ ଘରୁ ନିଆଁ ବାହାରିଲାଣି।

ସବୁଠୁ ରୋମାଞ୍ଚକର ହୋଇଛି ଟ୍ରେଲର୍‌ର ଏଣ୍ଡିଂ। ଏଥିରେ ଦେଖିବାକୁ ମିଳୁଛି ଯେ ପିହୁ ସୁଉଚ୍ଚ ବିଲ୍ଡିଂର ବାଲକୋନିରେ ଛିଡ଼ା ହୋଇଥିବା ବେଳେ ତା’ କଣ୍ଡେଇ ତଳେ ପଡ଼ିଯାଉଛି। ଆଉ ଏହାପରେ କଣ୍ଡେଇ ଆଣିବା ଲାଗି ସେ ବାଲକୋନିର ରେଲିଂ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଛି।

ତେବେ ଆଗକୁ କ’ଣ ହେଲା ଜାଣିବା ଲାଗି ଆପଣଙ୍କୁ ନଭେମ୍ବର ୧୬ ତାରିଖ ଯାଏ ଅପେକ୍ଷା କରିବାକୁ ପଡ଼ିବ। କାରଣ ଏହି ଦିନ ‘ପିହୁ’ ପରଦାକୁ ଆସୁଛି।



from Odisha Reporter https://ift.tt/2PteTg8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages