‘ଆମ ଗାଁ ଆମ ବିକାଶ’ ପାଇଁ ସ୍କୁଲ ଛୁଟି, ପିଲାଙ୍କ ପରୀକ୍ଷା ବାତିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

‘ଆମ ଗାଁ ଆମ ବିକାଶ’ ପାଇଁ ସ୍କୁଲ ଛୁଟି, ପିଲାଙ୍କ ପରୀକ୍ଷା ବାତିଲ

ପିପିଲି (ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପିଲାଙ୍କ ଭବିଷ୍ୟତକୁ ଚୁଲିକୁ ଠେଲି ଯୋଜନା ନାଁରେ ମାଇଲେଜ୍‌ ନେବାକୁ ରାଜ୍ୟ ସରକାର ପ୍ରୟାସ କରିଛନ୍ତି। ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଆଜି ଗୋଟିଏ ଦିନ ସ୍କୁଲକୁ ଛୁଟି କରିଦେଇଛନ୍ତି। ପରୀକ୍ଷା ବାତିଲ କରି କୋମଳମତି ପିଲାଙ୍କ ଭବିଷ୍ୟତ ସହିତ ଖେଳିଛନ୍ତି ବିଜେଡି ନେତା।

ପୁରୀ ଜିଲ୍ଲା ଡେଲାଙ୍ଗ ସ୍ଥିତ ମହତାବ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଛି ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ। ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ସ୍କୁଲ ପରିସରରେ ବିଜେଡି ପତାକା ଛାଇ ହୋଇଯାଇଛି। ତା’ସହ ମାଳ ମାଳ ବ୍ୟାନର ଲାଗିଛି।

ସେପଟେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଭିନ୍ନ ପ୍ରକଳ୍ପ ପାଇଁ ଅନୁଦାନ ଘୋଷଣା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ଏହି କାର୍ଯ୍ୟକ୍ରମ ପାଇଁ ଆଜି ସ୍କୁଲକୁ ଛୁଟି ଘୋଷଣା କରାଯିବା ସହ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରି-ଟେଷ୍ଟ ପରୀକ୍ଷାକୁ ବାତିଲ୍ କରିଦିଆଯାଇଛି। ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍କୁଲ ଦିବସରେ ଏଭଳି କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ।

ସରକାରଙ୍କ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସରକାରୀ କର୍ମଚାରୀ ମଧ୍ୟ କିଛି କମ୍ ଉଦ୍ୟମ କରିନାହାନ୍ତି। ମହତାବ ଉଚ୍ଚ ବିଦ୍ୟାଳୟରେ ‘ଆମ ଗାଁ ଆମ ବିକାଶ’ର ଆୟୋଜନ ପାଇଁ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପ୍ରଥମେ ଚିଠି ଲେଖିଥିଲେ ଡେଲାଙ୍ଗ ବିଡିଓ। ତା’ପରେ ପିଲାଙ୍କ ପରୀକ୍ଷା ଥିବା ସତ୍ତ୍ୱେ ଜାଣିଶୁଣି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ଲୋଡିଲେ ପ୍ରଧାନ ଶିକ୍ଷୟିତ୍ରୀ। ଆଉ ଜିଲ୍ଲା ଶିକ୍ଷା ଅଧିକାରୀ ହଁ କରିବା ପରେ ପିଲାଙ୍କ ପରୀକ୍ଷା ବାତିଲ କରିଦେଇ କାର୍ଯ୍ୟକ୍ରମ ପାଇଁ ସ୍କୁଲକୁ ଖୋଲା କରିଦେଲେ କର୍ତ୍ତୃପକ୍ଷ।

ଏ ସମ୍ପର୍କରେ ପଚାରିବାରୁ ସଂପୃକ୍ତ କର୍ମଚାରୀ ପିଲାଙ୍କ ସ୍ୱାର୍ଥ କଥା ନକହି ଓଲଟି ସରକାର ଓ ସରକାରୀ ଯୋଜନାର କାର୍ଯ୍ୟକାରିତା ସପକ୍ଷରେ ଓକିଲାତି କରୁଛନ୍ତି।

କିଏ କ’ଣ କହିଛନ୍ତି

ମହତାବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ନିବେଦିତା ତ୍ରିପାଠୀ କହିଛନ୍ତି-“ଆଜି ବିକାଶମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପିଲାଙ୍କ ପରୀକ୍ଷା ଅନ୍ୟ ଦିନ କରାଯାଇପାରିବ।”

ବିଡିଓ କ୍ଷୀରୋଦ ଚନ୍ଦ୍ର ପ୍ରଧାନ କହିଛନ୍ତି-“ପ୍ରଧାନଶିକ୍ଷୟିତ୍ରୀ ଓ ବିଇଓଙ୍କ ଅନୁମତିରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।”

ପୁରୀ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ମାଝୀ କହିଛନ୍ତି-“ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ କରିବା ପାଇଁ ବ୍ଲକ କର୍ତ୍ତୃପକ୍ଷ ସ୍କୁଲଠାରୁ ଅନୁମତି ନେଇଛନ୍ତି।”

ତେବେ ଏଠି ପ୍ରଶ୍ନ ଉଠୁଛି, ପିଲାଙ୍କ ପରୀକ୍ଷା ଆଗ ନା ସରକାରୀ ଯୋଜନା ନାଁରେ ବାହାବା ସାଉଣ୍ଟିବା ଆଗ? ଛାତ୍ରଛାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାକୁ ବାତିଲ୍ କରି କେଉଁ ବିକାଶର ଚିତ୍ର ଦେଖାଉବାକୁ ଚାହୁଁଛନ୍ତି ରାଜ୍ୟ ସରକାର ? ନିଜର ଆନୁଗତ୍ୟ ଦେଖେଇହେବାକୁ ନା ସ୍ଥାନୀୟ କୌଣସି ବାହୁବଳୀ ନେତାଙ୍କ ନାଲିଆଖିକୁ ଡରି ଏଭଳି କାମକୁ ପ୍ରଶ୍ରୟ ଦେଲେ ସ୍କୁଲ୍ କର୍ତ୍ତୃପକ୍ଷ, ତାହା ତଦନ୍ତ ସାପେକ୍ଷ।



from Odisha Reporter https://ift.tt/2PejuPK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages