କେବଳ ପେଟ ରୋଗ ନୁହେଁ, ଏହିସବୁ ସମସ୍ୟା ବି ଦୂର କରେ ପସାରୁଣୀ ପତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

କେବଳ ପେଟ ରୋଗ ନୁହେଁ, ଏହିସବୁ ସମସ୍ୟା ବି ଦୂର କରେ ପସାରୁଣୀ ପତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପସାରୁଣୀ ଏକ ପ୍ରକାରର ଲତା। ଏହାର ପତ୍ରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ପସାରୁଣୀ ପତ୍ର ପେଟର ଅନେକ ସମସ୍ୟା ଭଲ କରିଦିଏ। ହେଲେ ଏହି ପତ୍ରରୁ ଆସୁଥିବା ଦୁର୍ଗନ୍ଧ ଯୋଗୁ ଅନେକ ଲୋକ ଏହାକୁ ବ୍ୟବହାର କରିବାକୁ ପସନ୍ଦ କରନ୍ତି ନାହିଁ। ତେବେ ଦୁର୍ଗନ୍ଧ ଦେଉଥିଲେ ମଧ୍ୟ ଏହି ପସାରୁଣୀ ପତ୍ର ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ, ଆସନ୍ତୁ ଜାଣିବା।

ଗ୍ୟାଷ୍ଟିକ୍: ପସାରୁଣୀ ପତ୍ରକୁ ଗୋଲମରିଚ ସହିତ ବାଟି ନିୟମିତ କିଛି ଦିନ ଯାଏ ସେବନ କଲେ, ପେଟର ସମସ୍ତ ରୋଗ ସହ ଗ୍ୟାଷ୍ଟିକ୍ ସମସ୍ୟା ବି ଦୂର ହୋଇଥାଏ ।

ନାଳରକ୍ତ ଝାଡ଼ା: ଆପଣଙ୍କର ନାଳ ଝାଡ଼ା ବା ନାଳ ରକ୍ତ ଝାଡ଼ା ହେଉଛି କି? ତେବେ ପସାରୁଣୀ ପତ୍ର ରସ ସହିତ କିଛି ମହୁ ମିଶାଇ ଦିନକୁ ୨-୩ ଥର ସେବନ କରନ୍ତୁ, ଅବଶ୍ୟ ଏହା ଭଲ ହୋଇଯିବ। ଏହା ବ୍ୟତୀତ ପସାରୁଣୀ ପତ୍ରକୁ ଉଷୁନା ଚାଉଳ ସାଙ୍ଗରେ ବାଟି ଜାଉ କରି ଖାଇଲେ ମଧ୍ୟ ଝାଡ଼ା ରୋଗ ଭଲ ହୋଇଥାଏ। କେବଳ ଏତିକି ନୁହେଁ, ପସାରୁଣୀ ମୂଳକୁ ପାଣିରେ ସିଝାଇ ଥଣ୍ଡା କରି ଛାଣି ସେଥିରେ ମିଶ୍ରି ମିଶାଇ ଦିନକୁ ୪-୫ ଥର ପିଇଲେ, ସମସ୍ତ ପ୍ରକାର ପେଟ ରୋଗ ଭଲ ହୋଇଥାଏ।

କ୍ଷତ ଶୁଖାଇଦିଏ: ପସାରୁଣୀ ପତ୍ରକୁ ଛେଚି  କ୍ଷତ ଉପରେ ରଖି ପଟି ବାନ୍ଧିଲେ, ଏହା ଶୀଘ୍ର ଶୁଖି ଯାଇଥାଏ। କେବଳ ଏତିକି ନୁହେଁ, ଏହି ପତ୍ରକୁ ନିଆଁରେ ସେକି ଫୁଲା ବା ଦରଜ ଜାଗାରେ ବାନ୍ଧିଲେ, ଦରଜ ଓ ଫୁଲା ଭଲ ହୋଇଥାଏ।

ଆଣ୍ଠୁ ଗଣ୍ଡି ଦରଜ: ପସାରୁଣୀ ତେଲକୁ ମାଲିସ୍ କଲେ ଆଣ୍ଠୁ ଗଣ୍ଠି ଦରଜରୁ ଉପଶମ ମିଳେ। ଏଥିପାଇଁ  ପସାରୁଣୀ ପତ୍ରକୁ କୁଟି ତାକୁ ପାଣିରେ ସିଝାନ୍ତୁ। ପରେ ଅଳ୍ପ ପାଣି ମରିଗଲେ, ଏଥିରେ ସୋରିଷ ତେଲ ମିଶାନ୍ତୁ ଓ ସମସ୍ତ ପାଣି ମରି ଖାଲି ତେଲ ରହିବା ଯାଏ ଫୁଟାନ୍ତୁ। ଏହି ତେଲକୁ ଆଣ୍ଠୁ ଗଣ୍ଠି ଦରଜ ହେଲେ ଦରଜ ମାଲିସ କରନ୍ତୁ। ମାଲିସ୍ କଲାବେଳେ ତଳୁ ଉପରଆଡ଼କୁ ମାଲିସ୍ କରନ୍ତୁ। କେବଳ ଏତିକି ନୁହେଁ ପସାରୁଣୀ ପତ୍ର ସହିତ ଗୋଲମରିଚ ବାଟି ଖାଇଲେ ଗୋଡ଼ ହାତ ଘୋଳାବିନ୍ଧା ମଧ୍ୟ ଠିକ୍ ହୋଇଯାଏ ।

କୋଷ୍ଠକାଠିନ୍ୟ: ପସାରୁଣୀ ପତ୍ରକୁ ତରକାରୀ କରି ଖାଇଲେ କୋଷ୍ଠକାଠିନ୍ୟ ଦୂର ହୁଏ।  ଯେଉଁମାନେ ପତ୍ରର ଦୁର୍ଗନ୍ଧ ସହିପାରନ୍ତି ନାହିଁ, ସେମାନଙ୍କ ପାଇଁ ଏହି ଉପାୟଟି ଭଲ। କାରଣ ପତ୍ରକୁ ତରକାରୀ କଲେ ଆଉ ଏଥିରୁ ଦୁର୍ଗନ୍ଧ ଆସେ ନାହିଁ।

ଅଜୀର୍ଣ୍ଣ : ଆପଣ କିଛି ଟିକେ ଏପଟ ସେପଟ ଖାଇଲେ ତୁରନ୍ତ ଆସିଡିଟି ହେଉଯାଉଛି କି? ତେବେ ୬-୭ଟି ପସାରୁଣୀ ପତ୍ର ସହିତ ୫-୬ଟି ଗୋଲମରିଚକୁ ବାଟି ଖାଆନ୍ତୁ। ଏହା ଦ୍ୱାରା ଆମ୍ବିଳା ହାକୁଟି ଓ ଅଜୀର୍ଣ୍ଣ ଦୂର ହୋଇଥାଏ ।

କୃମି ରୋଗ: ସାଧାରଣତଃ ଛୋଟ ପିଲାଙ୍କ ଠାରେ କୃମି ରୋଗ ଅଧିକ ଦେଖା ଦେଇଥାଏ। ତେବେ ପସାରୁଣୀ ପତ୍ରକୁ ବାଟି ପିଇଲେ, କୃମି ମରିଯାଇଥା’ନ୍ତି।



from Odisha Reporter https://ift.tt/2RPxfq0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages