ରେଳବାଇର ସବୁଜ ଚିନ୍ତା: କାଠ ସ୍ଲିପର ବଦଳରେ ଲଗାଇବ କମ୍ପୋଜିଟ୍ ସ୍ଲିପର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ରେଳବାଇର ସବୁଜ ଚିନ୍ତା: କାଠ ସ୍ଲିପର ବଦଳରେ ଲଗାଇବ କମ୍ପୋଜିଟ୍ ସ୍ଲିପର

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଟ୍ରେନ୍‌ରେ ଗଲାବେଳେ ଦେଖିଥିବେ ରେଳ ଧାରଣାର ଦୁଇ ଧାରକୁ କଂକ୍ରିଟ୍ ବା କାଠରସ୍ଲିପର ମାନ ସଂଯୋଗ କରିଥାଏ।  ଏହି କଂକ୍ରିଟ୍ ଓ କାଠ ସ୍ଲିପର ସବୁକୁ ଏବେ ବଦଳାଯିବ। ଏହା ସ୍ଥାନରେ ନୂଆ ଧରଣର କମ୍ପୋଜିଟ୍ ସ୍ଲିପର ବ୍ୟବହାର କରାଯିବ। ଏହି ସ୍ଲିପର ଷ୍ଟିଲ୍ ଏବଂ ପ୍ଲାଷ୍ଟିକର ମିଶ୍ରିତ କମ୍ପୋଜିଶନରୁ ତିଆରି। ଫଳରେ ଆଉ କାଠ ନିର୍ମିତ ସ୍ଲିପର ବ୍ୟବହାର ହେବ ନାହିଁ କି ସେଥିପାଇଁ ଅଜସ୍ର ସଂଖ୍ୟାରେ ଗଛ ମଧ୍ୟ କଟା ହେବ ନାହିଁ। ଏହା ରେଳବାଇର ଗ୍ରୀନ ବା ସବୁଜ ଚିନ୍ତାଧାରାର ଅଂଶବିଶେଷ ବୋଲି କୁହାଯାଉଛି।

ରେଳ ମନ୍ତ୍ରଣାଳୟ ଏଭଳି ଯୋଜନା କରୁଛି ବୋଲି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କାଠ ସ୍ଲିପର ଠାରୁ ଏହା ହାଲୁକା ଏବଂ ଅଧିକ ମଜ୍‌ଭୁତ୍। କିନ୍ତୁ ପ୍ରାରମ୍ଭିକ ଅବସ୍ଥାରେ ନିର୍ଦ୍ଦିଷ୍ଟ ରେଳଲାଇନରେ ଏହାକୁ ପରିବର୍ତ୍ତନ କରାଯିବ। ଭାରତୀୟ ରେଳର ସମସ୍ତ ଜୋନ୍ ମଧ୍ୟରୁ ୨୦୧୬ ପରଠାରୁ ପ୍ରଥମେ ୧୦ ଟି ଜୋନ୍‌ରେ ଏହି କମ୍ପୋଜିଟ୍‌ ସ୍ଲିପର ସଂଯୋଗ କରାଯାଇଥିଲା। ଏହି ସ୍ଲିପର ଖଣ୍ଡକର ଦାମ୍ ପ୍ରାୟ ୨୫ ହଜାର ଟଙ୍କା ବୋଲି ଅଧିକାରୀ ଜଣକ କହିଛନ୍ତି।

 



from Odisha Reporter https://ift.tt/2IYLNQd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages