‘ବାତ୍ୟା ଓ ବନ୍ୟାରେ ୪୬ଲକ୍ଷ ଲୋକ କ୍ଷତିଗ୍ରସ୍ତ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

‘ବାତ୍ୟା ଓ ବନ୍ୟାରେ ୪୬ଲକ୍ଷ ଲୋକ କ୍ଷତିଗ୍ରସ୍ତ’

paradeep

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ସାମୁଦ୍ରିକ ଝଡ଼ ‘ତିତଲି’ ଓ ତା ପରବର୍ତ୍ତୀ ଲଗାଣ ବର୍ଷାଜନିତ ବନ୍ୟାରେ ୧୧ଟି ଜିଲ୍ଲାର ୪୫.୮୪ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ବାତ୍ୟା ଓ ବନ୍ୟାରେ ଗଜପତି, ଗଞ୍ଜାମ, ରାୟଗଡ଼ା, ପୁରୀ, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାର ୭୬ଟି ବ୍ଲକ୍ ଅନ୍ତର୍ଗତ ୬୩୪୧ଟି ଗାଁର ପ୍ରାୟ ୪୫.୮୪ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି।

ବାତ୍ୟା ସମୟରେ ୩ ଲକ୍ଷ ୪୨ହଜାର ୬୨୧ଜଣ ଲୋକଙ୍କୁ ୧୨୬୮ଟି ନିରାପଦ ଆଶ୍ରୟସ୍ଥଳକୁ ନିଆଯାଇଥିଲା। ଆଜି ସୁଦ୍ଧା ବାତ୍ୟା ଓ ବନ୍ୟା ପ୍ରଭାବିତ ୧.୨୮ଲକ୍ଷରୁ ଅଧିକ ଲୋକଙ୍କୁ ୧୦୫୩ଟି ରିଲିଫ୍ କେନ୍ଦ୍ରରେ ରନ୍ଧା ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସେବା ଯୋଗାଇ ଦିଆଯାଉଛି ବୋଲି ଏଥିରେ କୁହାଯାଇଛି।

ଏହାବ୍ୟତୀତ ଗଜପତି ଜିଲ୍ଲାରେ ପାହାଡ଼ ଧସି ୧୨ଜଣଙ୍କ ମୃତ୍ୟୁ ଘଟିଥିବା ଘଟଣାକୁ ଆଜି ରାଜ୍ୟ ସରକାର ମଧ୍ୟ ସ୍ୱୀକାର କରିଛନ୍ତି ।



from Odisha Reporter https://ift.tt/2yiKlnm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages